Posted inଜାତୀୟ

ମହାନଦୀ ଜଳ ବିବାଦ: ଓଡ଼ିଶା, ଛତିଶଗଡ଼କୁ ଦସ୍ତାବିଜ୍‌ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାକୁ ଜଳପ୍ରବାହରେ ବାଧା ସୃଷ୍ଟି କରିଥିବାବେଳେ ଏହି ମାମଲା ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଅକ୍ଟୋବର ୧୯ ପୂର୍ବରୁ ଏହା ଉପରେ ଦସ୍ତାବିଜ୍‌ ଦାଖଲ କରିବା ଲାଗି ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ର ଉକ୍ତ ପ୍ରକଳ୍ପସ୍ଥଳ ପରିଦର୍ଶନ କରିବା ପୂର୍ବରୁ ଓଡିଶା ସରକାର କେତେକ ତଥ୍ୟ ମାଗିଥିବାବେଳେ ଏହା ଯୋଗାଇଦେବା ଏବଂ ଦୁଇ ରାଜ୍ୟ ମଧ୍ୟରେ ବୈଠକରେ ସମନ୍ବୟ ରକ୍ଷା ପାଇଁ ଟ୍ରିବ୍ୟୁନାଲ ଜଣେ ଆସେସର (ବିଚାରପତିଙ୍କୁ ସହାୟତା କରିବା ଲାଗି ବିଶେଷଜ୍ଞ) ନିଯୁକ୍ତ କରିବେ ବୋଲି ଜଣାପଡିଛି। ଓଡ଼ିଶା ସରକାରଙ୍କ ଆବେଦନକ୍ରମେ ଅଗଷ୍ଟ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଏ.ଏମ୍‌. ଖାନଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଜଣେ ଆସେସର ନିଯୁକ୍ତ ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣିରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।
ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଛତିଶଗଡ଼ରେ ପ୍ରକଳ୍ପସ୍ଥଳ ଅନୁଧ୍ୟାନ କରିବା ପରେ ସେଠାରୁ ଏକ ପ୍ରତିନିଧି ଦଳ ଓଡ଼ିଶା ଆସି ମହାନଦୀ ଜଳପ୍ରବାହ ପରିଦର୍ଶନ କରିବ। ପରେ ଦୁଇପକ୍ଷ ମଧ୍ୟରେ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରିବେ। ପରିଦର୍ଶନ ପୂର୍ବରୁ ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ ସମ୍ପର୍କରେ ଅଧିକ ତଥ୍ୟ ଆବଶ୍ୟକ ବୋଲି ଶୁଣାଣି ବେଳେ ଓଡିଶା ପକ୍ଷରୁ ମହାଧିବକ୍ତା ଅଶୋକ ପରିଜା ଟ୍ରିବ୍ୟୁନାଲଙ୍କୁ କହିଥିଲେ। ଛତିଶଗଡ଼ର ଜବାବ ଉପରେ ପ୍ରତିଜବାବ ତିନିସପ୍ତାହ ମଧ୍ୟରେ ରଖିବା ଲାଗି ଖଣ୍ଡପୀଠ କହିବା ସହ ସମସ୍ତ ପକ୍ଷଙ୍କୁ ଦସ୍ତାବିଜ୍‌ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ୬ଟି ବ୍ୟାରେଜ୍‌ ଉପରେ ରହିତାଦେଶ ଜାରି କରିବା ସହିତ ଅଣମୌସୁମୀ ଋତୁ (ନଭେମ୍ବରରୁ ମେ)ରେ ଓଡ଼ିଶାକୁ ଜଳପ୍ରବାହ ୧.୭୪ ନିୟୁତ ଏକର ଫୁଟ୍‌ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri