ମହାନଦୀ ଜଳସ୍ତର : ୨ଦିନ ଧରି ରାସ୍ତା ଉପରେ ବନ୍ୟାଜଳ

ଗଣିଆ,୯ା୯ (ଡି.ଏନ.ଏ.): ଗତ ୪ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ତେବେ ଗତ ଶନିବାର ଅପରାହ୍ନରେ ମହାନଦୀରେ ବନ୍ୟାପାଣି ଆସି ନୟାଗଡ଼ ଜିଲା ଗଣିଆ ବ୍ଲକର ଗଣିଆ-ବଡମୂଳ ପୂର୍ତ୍ତ ରାସ୍ତାର ରାସଙ୍ଗ, କାଦୁଆ, କଳାପାଟ ପୀଠ, ଛାମୁଣ୍ଡିଆ ନିକଟସ୍ଥ କଶୀନାଳ, ବାରନାଳିଆ, ମୁଦୁଲିଗାଡିଆ, ମଙ୍ଗାନାସୀଠାରେ ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିଲା। ରବିବାର ସକାଳେ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଥିଲା। ତେବେ ମଧ୍ୟାହ୍ନ ସମୟରୁ ପୁଣିଥରେ ବୃଦ୍ଧି ପାଇବାରୁ ଉପରୋକ୍ତ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖାଯାଇଛି। ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ନଦୀବନ୍ଧରୁ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜଳସ୍ତର ବଢିବାରେ ଲାଗିଛି। ହୀରାକୁଦ ନଦୀବନ୍ଧ ବୁର୍ଲା ଡିଭିଜନର ଗଣିଆ ବ୍ଲକ ବଡମୂଳଠାରେ ଥିବା ଗେଜ୍‌ ସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ୬ଟା ସମୟରେ ମହାନୀର ଜଳସ୍ତର ୩୧ଫୁଟ ରହିଥିଲା। ଏହାର ୬ଘଣ୍ଟା ପରେ ମଧ୍ୟାହ୍ନ ୧୨ଟା ସମୟରେ ଏହା ୩୧ଫୁଟ ୬ଇଞ୍ଚକୁ ବୃଦ୍ଧି ପାଇଥିଲା। ସେହିପରି ଅପରାହ୍ନ ୬ଟା ସୁଦ୍ଧା ୩୨ଫୁଟ ୧୦ ଇଞ୍ଚକୁ ବୃଦ୍ଧି ପାଇଥିଲା। ଏଠାରେ ବିପଦସଙ୍କେତ ୩୫ଫୁଟ ରହିଥିବା ଜଣାପଡିଛି। ଲଗାଣ ବର୍ଷା ଜାରି ରହିଲେ ଗଣିଆ ବ୍ଲକରେ ବଡ ଧରଣର ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଗତ ୨ଦିନ ଧରି ବନ୍ୟାଜଳ ରାସଙ୍ଗ, ଛାମୁଣ୍ଡିଆ, ପତୁରିଆ ଆଦି ଗ୍ରାମର ଗହୀର ବିଲରେ ଚାଷ ହୋଇଥିବା ଧାନଗଛ ବୁଡାଇ ରଖିଛି। ସେହିପରି ମହାନଦୀ କୂଳରେ ଚାଷ ହୋଇଥିବା ବିଭିନ୍ନ ପରିବା ଫସଲ ମଧ୍ୟ ବନ୍ୟାପାଣିରେ ବୁଡି ନଷ୍ଟ ହେବାକୁ ବସିଲାଣି। ୨ଦିନ ଧରି ମହାନଦୀର ଜଳସ୍ତର କମିବା ଓ ବଢିବାକୁ ନେଇ ନଦୀକୂଳିଆ ବାସିନ୍ଦାଙ୍କ ମନରେ ଏକପ୍ରକାର ବନ୍ୟା ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri