ମହାନଦୀରେ ବୁଡିଯାଇ ଜଣେ ବ୍ୟକ୍ତି ନିଖୋଜ

କଟକ ଅଫିସ,୮।୧୧: ମହାନଦୀରେ ଗାଧେଇବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି ଜଣେ ବ୍ୟକ୍ତି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ବାଲିଯାତ୍ରାରେ ବ୍ୟବସାୟ କରିବା ପାଇଁ ଆସିଥିଲେ ବୋଲି କୁହାଯାଉଛି।