ମହାନଦୀରେ ଗୋମୁହାଁ କୁମ୍ଭୀର ଆତଙ୍କ ବନ ବିଭାଗ ପକ୍ଷରୁ ପଦକ୍ଷେପ ଦାବି

ଖଣ୍ଡପଡ଼ା,୨୫ା୮(ସ୍ବ.ପ୍ର.)-ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମୟରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା କେତେକ କୁମ୍ଭୀର ଗଭୀର ଜଳ ସ୍ରୋତରେ ନଦୀର ତଳ ମୁଣ୍ଡକୁ ଚାଲି ଆସିଥିବା ଜଣାପଡ଼ିଛି। ଶୁକ୍ରବାର ପ୍ରାୟ ୭ରୁ ୮ଫୁଟ ଲମ୍ବର ଗୋଟିଏ ଗୋମୁହାଁ କୁମ୍ଭୀର ହନୁମନ୍ତପ୍ରସାଦ ଗ୍ରାମ ନିକଟ ମହାନଦୀରେ ଦେଖିବାକୁ ମିଳିଥିଲା ା ଏ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଏଭଳି ପରିସ୍ଥିିତିରେ ବନ ବିଭାଗ କିମ୍ବା ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ କୁମ୍ଭୀରକୁ ସାତକୋଶିଆ ଗଣ୍ଡକୁ ଫେରାଇ ନେବା ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି। ତେବେ ବନ୍ୟା ଯୋଗୁ କୁମ୍ଭୀରଗୁଡ଼ିକ ତଳଭାଗକୁ ଚାଲି ଆସିଯାଇଥିବାବେଳେ ସ୍ଥିତି ସୁଧୁରିବା ପରେ ଉପରମୁଣ୍ଡକୁ ଆପେ ଆପେ ଚାଲିଯିବ ବୋଲି ବନ ବିଭାଗ ପକ୍ଷରୁ ଆଶ୍ୱାସନା ଦିଆଯାଇଛି । ମହାନଦୀ କୂଳ ଆଖପାଖ ଲୋକେ ସ୍ନାନ, ଶୌଚାଦି ନିମନ୍ତେ ନଦୀକୁ ଯିବା ପାଇଁ ଭୟ କରୁଛନ୍ତି ।