Categories: ଜାତୀୟ

ମହାତ୍ମା ଗାନ୍ଧୀ ଭାରତ ରତ୍ନଠାରୁ ଊର୍ଦ୍ଧ୍ୱରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୭।୧: ମହାତ୍ମା ଗାନ୍ଧୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ସୁପ୍ରମିକୋର୍ଟରେ ୟୁନିୟନ ଅଫ୍‌ ଇଣ୍ଡିଆ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଏସ୍‌.ଏ. ବୋବଡେ କହିଛନ୍ତି, ମହାତ୍ମା ଗାନ୍ଧୀ ଦେଶର ରାଷ୍ଟ୍ରପିତା ତେଣୁ ଭାରତ ରତ୍ନ ନୁହେଁ ସେ ଯେକୌଣସି ସମ୍ମାନଠାରୁ ଊର୍ଦ୍ଧ୍ୱରେ। ତେବେ ତାଙ୍କୁ କୌଣସି ଔପଚାରିକ ସମ୍ମାନର ଆବଶ୍ୟକତା ନାହିଁ। ଏହି ପ୍ରସଙ୍ଗକୁ ଆବେଦନକାରୀ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଉଠାଇପାରନ୍ତି ବୋଲି କୋର୍ଟ କହିଛନ୍ତି। କିନ୍ତୁ ଏହି ମାମଲାରେ କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟ ନିଜେ ମନା କରିଦେଇଛନ୍ତି।

Share