Categories: ଜାତୀୟ

ମହାତ୍ମାଙ୍କୁ ହତ୍ୟା କରିଥିଲେ ଜଣେ କଠୋର ପନ୍ଥୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୩୦।୧: ଅନ୍ୟକୁ ଭଲ ପାଇବାର ବାର୍ତ୍ତା ଦେଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ କଠୋର ପନ୍ଥୀ ହତ୍ୟା କରିଥିଲେ। ତେବେ ମହାତ୍ମାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ କଲେ ଦେଶର ହିତ ସାଧନ ହୋଇପାରିବ। ମହାତ୍ମାଙ୍କ ପୁଣ୍ୟତିଥି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଭଳି କହିଛନ୍ତି। ମହାତ୍ମା ନିଜର କାର୍ଯ୍ୟ ଦ୍ୱାରା ଶାନ୍ତି ଦୂତ ପାଲଟି ଯାଇଥିଲେ। ଅହିଂସା ମାର୍ଗ ହିଁ ତାଙ୍କ ପାଇଁ ଶ୍ରେଷ୍ଠତମ ଥିଲା। ଆଜିର ପୃଥିବୀ ଜଳବାୟୁ ପରିବର୍ତ୍ତନ ଏବଂ ଅନିଶ୍ଚିତତା ମଧ୍ୟରେ ଭରି ରହିଥିବାବେଳେ ପରିବେଶ ଏବଂ ମାନବତାକୁ ସୁରକ୍ଷିତ ରଖିବା ପାଇଁ ମହାତ୍ମାଙ୍କ ପ୍ରଦର୍ଶିତ ମାର୍ଗ ହିଁ ସର୍ବୋତ୍ତମ ବୋଲି ରାଷ୍ଟ୍ରପତି କହିଛନ୍ତି।

Share