ମହଙ୍ଗା ପଡିଲା ନାବାଳକଙ୍କୁ ଗାଡିଚାଳନା

ଭଦ୍ରକ ଅଫିସ,୮।୨: ଭଦ୍ରକରେ ଜଣେ ନାବାଳକଙ୍କୁ ଗାଡି ଚଳାଇବା ମହଙ୍ଗା ପଡିଛି। ଭଣ୍ଡାରିପୋଖରୀ ରାଣୀଗଡିଆ ନିକଟରେ ଆରଟିଓ ପକ୍ଷରୁ ତାଙ୍କ ନାଁରେ ୪୨,୫୦୦ଟଙ୍କା ଜରିମାନା କରାଯାଇଛି। ଗାଡ଼ିର କାଗଜ ପତ୍ର ନ ଥିବା ବେଳେ ନାବାଳକ ଜଣକ ହେଲ୍‌ମେଟ ପିନ୍ଧି ନ ଥିବାରୁ ଏହି ଜରିମାନା ହୋଇଥିବା ଜଣାପଡ଼ିଛି। ଏହି ଚାଲାଣ ପରେ ଏବେ ନାବାଳକ ଡ୍ରାଇଭରଙ୍କ ମଧ୍ୟରେ ଛନକା ପଶିଛି।