ମହାକାଶ କେନ୍ଦ୍ରରେ ପହଞ୍ଚିଲା ୧୨ ମଦ ବୋତଲ

ଓ୍ବାଶିଂଟନ,୬।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୨ ବୋତଲ ମଦ ପହଞ୍ଚିଛି। ଫ୍ରାନ୍ସରେ ପ୍ରସ୍ତୁତ ହୋଇଥିବା ଏହି ରେଡ୍‌ ଓ୍ବାଇନ୍‌କୁ କୌଣସି ମହାକାଶଚାରୀ ପିଇବେ ନାହିଁ। ଏହା ଉପରେ ଏକ ବର୍ଷ ଧରି ଗବେଷଣା କରାଯିବ। ମହାକାଶରେ ଏହା ଉପରେ କିଭଳି ପ୍ରଭାବ ପଡୁଛି ତାହା ଅନୁଧ୍ୟାନ କରାଯିବ। ଆସନ୍ତା ୩ ବର୍ଷ ଧରି ଏଭଳି ୧୨ଟି ଲେଖାଏଁ ମଦ ବୋତଲ ମହାକାଶ କେନ୍ଦ୍ରକୁ ପଠାଯିବ। ଶୂନ୍ୟ ଗୁରୁତ୍ୱ ଆକର୍ଷଣ(ଜିରୋ ଗ୍ରାଭିଟି)ର ପ୍ରଭାବରେ ଏଥିରେ ବିଘଟନ ହେଉଛି କି ନାହିଁ ତାହା ଉପରେ ପରୀକ୍ଷା ନିରୀକ୍ଷା କରାଯିବ। ଏହାକୁ ପୃଥିବୀକୁ ଫେରାଇ ଅଣାଯିବା ପରେ ପୁଣି ଅନୁଧ୍ୟାନ କରାଯିବ ବୋଲି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share