ମହାକାଶରେ ୨୦୪ ଦିନ ରହିବା ପରେ ପୃଥିବୀକୁ ଫେରିଲେ ୩ ମହାକାଶଚାରୀ

ଓ୍ବାଶିଂଟନ,୨୫।୬: ମହାକାଶରେ ୨୦୪ ଦିନ ରହିବା ପରେ ୩ ମହାକାଶଚାରୀ ମଙ୍ଗଳବାର ପୃଥିବୀକୁ ଫେରିଛନ୍ତି। ସକାଳ ୮ଟା ୪୭ରେ ସେମାନେ କାଜାକସ୍ଥାନର କାରାଗାଣ୍ଡାଠାରେ ପୃଥିବୀ ପୃଷ୍ଠରେ ପାଦ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ନାସାର ମହାକାଶଚାରୀ ଆନେ ମ୍ୟାକ୍‌କ୍ଲେନ୍‌, ରୁଷିଆ ଅନ୍ତରୀକ୍ଷ ଯାତ୍ରୀ ଓଲେଗ୍‌ କୋନୋନେନ୍‌କୋ ଏବଂ କାନାଡ଼ା ମହାକାଶ ସଂସ୍ଥା ମହାକାଶଚାରୀ ଡେଭିଡ୍‌ ସେଣ୍ଟ୍‌-ଜାକ୍ୟୁସ୍‌ ଅଛନ୍ତି। ସେମାନେ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ବିଶେଷ ତଥ୍ୟ ଉପରେ ଗବେଷଣା କରୁଥିଲେ। ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ୬ ଜଣ ମହାକାଶଚାରୀ ଗବେଷଣା କରୁଥିଲେ। ଏବେ ସେଠାରେ ଆମେରିକାର ନିକ୍‌ ହଗ୍‌, କ୍ରିଷ୍ଟିଆନ୍‌ କୋଚ୍‌ ଏବଂ ରୁଷିଆର ଆଲେକ୍ସି ଓଭଚିନିନ୍‌ ଗବେଷଣା ଜାରି ରଖିଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।

Share