ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି: ଆମେରିକା ଆରମ୍ଭ କଲା ସ୍ପେସ୍‌ କମାଣ୍ଡ

ଓ୍ବାଶିଂଟନ, ୨୯।୮: ଆମେରିକା ଏବେ ମହାକାଶରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ୍‌ଙ୍କ ଉପସ୍ଥିତିରେ ସ୍ପେସ୍‌ କମାଣ୍ଡର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ମହାକାଶରେ ଆମେରିକା ସ୍ଥିତି ବେଶ୍‌ ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି। ଏହା ଆମେରିକା ସୈନ୍ୟ ବିଭାଗ ଦ୍ୱାରା ପରିଚାଳିତ ହେବ। ଏହି ନୂତନ ସ୍ପେସ୍‌ କମାଣ୍ଡ ଆମେରିକା ସୈନ୍ୟ ବାହିନୀର ୬ଷ୍ଠ ଶାଖା। ଗତ ବର୍ଷ ଟ୍ରମ୍ପ୍‌ ସ୍ପେସ୍‌ ଫୋର୍ସ ଗଠନ ନେଇ ସୂଚନା ଦେଇଥିଲେ। ଏହି ସ୍ପେସ୍‌ କମାଣ୍ଡ ଯୋଗୁ ଆମେରିକାର ଖର୍ଚ୍ଚ ବୃଦ୍ଧି ପାଇବ। ବର୍ଷ ପିଛା ଏଥିପାଇଁ ଶହେରୁ ୨ଶହ କୋଟି ଡଲାର ଖର୍ଚ୍ଚ କରିବ ବୋଲି କୁହାଯାଉଛି।

Share