ମହାକାଶରେ ପ୍ରଥମେ ଚାଷ ହେବ ଲାଲ୍‌ ଲଙ୍କା: ନାସା

ଓ୍ବାଶିଂଟନ,୧୭।୭: ମହାକାଶରେ ପ୍ରଥମେ ଲାଲ୍‌ ଲଙ୍କା ଚାଷ କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଲାଲ୍‌ ଲଙ୍କା ଗଛ ପ୍ରତିକୂଳ ସ୍ଥିତିରେ ସହଜରେ ଜୀବନ ଧାରଣ କରିବାକୁ ସକ୍ଷମ ହୋଇପାରିଥାଏ। ସେହିପରି ଏହା ସହଜରେ ପରାଗ ସଙ୍ଗମ କରିପାରିଥାଏ। ତେଣୁ ଲାଲ୍‌ ଲଙ୍କା ଗଛ ପ୍ରଥମେ ମହାକାଶ ମିଶନରେ ରୋପଣ କରାଯିବାର ଯଥେଷ୍ଟ ସମ୍ଭାବନା ଥିବା ନାସା ପକ୍ଷରୁ କୁହାଯାଇଛି। ଏହାସହିତ ଲାଲ୍‌ ଲଙ୍କା ଖାଇଲେ ଏହା ମହାକାଶଚାରୀଙ୍କୁ ଆବଶ୍ୟକ ପରିମାଣର ଭିଟାମିନ୍‌-ସି ଉପଲବ୍ଧ କରାଇବା ସହିତ ଅନ୍ୟ ପୋଷକତତ୍ତ୍ୱ ମଧ୍ୟ ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି ନାସା କହିଛି।

Share