Categories: ଫୁରସତ

ମହାକାଶକୁ ଭାରତ କାର୍ଟୋସାଟ-୩ ପଠାଇବ

ଚେନ୍ନାଇ:ଭାରତ ଅତ୍ୟାଧୁନିକ କାର୍ଟୋଗ୍ରାଫି ସାଟେଲାଇଟ୍‌,କାର୍ଟୋସାଟ-୩ ମହାକାଶକୁ ପଠାଇବାର ଯୋଜନା କରିଛି। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଏହାକୁ ପଠାଯିବ ବୋଲି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର( ଇସ୍ରୋ)ର ମୁଖ୍ୟ କେ. ଶିବନ କହିଛନ୍ତି। ଏହି ସାଟେଲାଇଟ୍‌କୁ ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେହିକଲ୍‌( ପିଏସ୍‌ଏଲ୍‌ଭି) ରକେଟ୍‌ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । ପୃଥିବୀ ଉପରେ ଭଲ ଭାବେ ଅନୁଧ୍ୟାନ କରିବାର କ୍ଷମତା ଥିବା ରିମୋର୍ଟ ସେନସିଂ ସାଟେଲାଇଟ୍‌ କାର୍ଟୋସାଟ-୩ ତୁଳନାମତ୍କ ଭାବେ କାର୍ଟୋସାଟ-୨ ଠାରୁ ଭଲ କାମ କରିପାରିବ। ଏହା ଯୋଜନାବଦ୍ଧ ଭାବେ ବିଭିନ୍ନ ସ୍ଥାନ ଉପରେ ଅନୁଧ୍ୟାନ କରିବା ସହ ଯାଞ୍ଚ ପ୍ରକ୍ରିୟାରେ ସାହାଯ୍ୟ କରିବ । ଏଥିରେ ଏଭଳି କ୍ୟାମେରା ଲଗାଯାଇଛି ଯାହା ମହାକାଶରୁ ଭୂପୃଷ୍ଠର ମାତ୍ର ୧ ଫୁଟ୍‌ରୁ କମ୍‌ ଉଚ୍ଚତା ଭିତରେ ଥିବା ସବୁଜାଗାର ଫଟୋ ନେଇପାରିବ। ଏଣୁ ଆଉ କିଛି ବି ଅଛପା ରହିବନି। ଏହା ସର୍ଜିକାଲ ଓ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ଅଧିକ ସହଯୋଗ କରିବ। ଏଣୁ କାର୍ଟୋସାଟ୍‌-୩ ମହାକାଶକୁ ଯିବା ପରେ ଶତ୍ରୁ ଦେଶର ହୋସ୍‌ ଉଡ଼ିଯିବ ।

Share