Categories: ଖେଳ

ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅଙ୍କ ହାତ ଧରିଲେ ସାନିଆ ମିର୍ଜାଙ୍କ ଭଉଣୀ

ହାଇଦ୍ରାବାଦ,୧୨।୧୨: ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ର୍ମିଜାଙ୍କ ସାନ ଭଉଣୀ ଅନମ ମିର୍ଜା ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିଛନ୍ତି। ଏକ୍‌ ଗ୍ରାଣ୍ଡ ହୋଟେଲରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହାୟରେ ଉଭୟ ପରିବାରର ସମ୍ପର୍କୀୟ ଭାଗ ନେଇଥିଲେ। ଅନମଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ବ୍ୟବସାୟୀ ଅକବର ରଶିଦଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା।

Share