Categories: ଜାତୀୟ

ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ: ମୋଦି

ନୂଆଦିଲ୍ଲୀ,୧୦।୧୧: ମହାପୁରୁଷ ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ୍‌-ଉନ୍‌-ନବୀ ଅବସରରେ ରବିବାର ଟୁଇଟ୍‌ କରି ଜଣାଇଛନ୍ତି। ଦେଶବାସୀଙ୍କୁ ମୋଦି ଏହି ଦିନର ମହାନତା ସମ୍ପର୍କରେ ଅବଗତ କରାଇ ଏଭଳି କହିଛନ୍ତି। ମହମ୍ମଦ୍‌ଙ୍କ ଜୀବନ ଶୈଳୀ ଭାଇଚାରା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବର ଶିକ୍ଷା ଦେଇଥାଏ। ମହମ୍ମଦ୍‌ଙ୍କ ଶାନ୍ତିବାଣୀ ସମାଜର ପ୍ରତିଟି ବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଭାବେ କାର୍ଯ୍ୟ କରୁ ବୋଲି ସେ କହିଛନ୍ତି।

Share