Categories: ଖେଳ

ମହାତ୍ମା ଗାନ୍ଧୀଙ୍କ ବାଣୀ ଶୁଣାଇ ଆଲୋଚକଙ୍କୁ କଡା ଜବାବ ଦେଲେ ଓ୍ବାର୍ଣ୍ଣରଙ୍କ ସ୍ତ୍ରୀ

ଆଡିଲେଡ୍‌,୩।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ତାଙ୍କ ଟ୍ରିପଲ ଟନ ପାଳି ହେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ କ୍ୟାଣ୍ଡିଡ ଓ୍ବାର୍ଣ୍ଣର କାନ୍ଦିପକାଇଛନ୍ତି। ଏହାସହ ମହତ୍ମା ଗାନ୍ଧୀଙ୍କ ବାଣୀ ଶୁଣାଇ ଆଲୋଚକଙ୍କୁ କଡା ଜବାବ କ୍ୟାଣ୍ଡିଡ୍‌। ସେ କହିଛନ୍ତି, ଶକ୍ତି ଶାରୀରିକ କ୍ଷମତାରୁ ଆସି ନ ଥାଏ, ଅଦମ୍ୟ ଇଚ୍ଛା ଶକ୍ତିରୁ ଆସିଥାଏ। ଏହା ମହାତ୍ମା ଗାନ୍ଧୀ କହିଥିଲେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଲୋକମାନେ ତୁମକୁ ନେଇ କ’ଣ ଭାବୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତୁମେ ନିଜକୁ କେତେ ବିଶ୍ୱାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଓ୍ବାର୍ଣ୍ଣର ଏଭଳି ସଫଳତା ଦେଖିବାପରେ ନିଜ କୋହ ସମ୍ବରଣ କରିପାରି ନ ଥିଲି ବୋଲି ସେ କହିଛନ୍ତି। ବଲ ବିକୃତ କରିବା ଘଟଣାରେ ୧୨ ମାସ ନିଲମ୍ବିତ ହେବା ପରେ ଇଂଲଣ୍ଡ ବିପକ୍ଷ ଆସେସ ସିରିଜକୁ ୱାର୍ଣ୍ଣର କମବ୍ୟାକ କରିଥିଲେ। ହେଲେ ଏହି ସିରିଜରେ ତାଙ୍କ ବ୍ୟାଟ ଆଦୌ ଚାଲି ନ ଥିଲା। ତେବେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ୱାର୍ଣ୍ଣର ଦ୍ୱିତୀୟ ଟେଷ୍ଟରେ ଟ୍ରିପଲ ଟନ ମାରିଛନ୍ତି।

Share