ମହଙ୍ଗା ପଡିଲା ବନ୍ୟଜନ୍ତୁଙ୍କ ସହ ଫଟୋ ଉଠାଇବା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ଏବେ ଜାମ୍ବିୟାରେ ଛୁଟି କଟାଉଥିବା ଶୁଣିବାକୁ ମିଳିଛି। ଏଠାରେ  ବନ୍ୟଜନ୍ତୁଙ୍କ ସହ କିଛି ମୁହୂର୍ତ୍ତ କାଟିଥିବା ବେଳେ ଏହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଥିଲେ। ଆଉ ଏହି ଫଟୋରେ ସେ ଚିତାବାଘକୁ ଫିତାରେ ବାନ୍ଧି ବୁଲିଥିବା ଓ ସିଂହ ସହ ବସିଥିବାର ଫଟୋ ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପରେ ତାଙ୍କର ଫ୍ୟାନମାନେ ଯେମିତି କ୍ରିତିଙ୍କ ଉପରେ ନାରାଜ ହୋଇ ଯାଇଛନ୍ତି। ଅନେକେ କ୍ରିତିଙ୍କର ଏହି ଫଟୋକୁ ପସନ୍ଦ କରି ନାହାଁନ୍ତି। ବିଶେଷକରି ଚିତା ବାଘକୁ କୁକର ଭଳି ଫିତାରେ ବାନ୍ଧି ଚାଲୁଥିବାରୁ ଏହାକୁ ଦେଇ ଦର୍ଶରେ କ୍ରିତିଙ୍କୁ ଟ୍ରୋଲ୍‌ କରିଛନ୍ତି। ଆହୁରି ମଧ୍ୟ କେତେଜଣ ସୋସିଆଲ ମିଡିଆ ୟୁଜର କ୍ରିତିଙ୍କର ନିନ୍ଦା କରିଛନ୍ତି ଆଉ ଲେଖିଛନ୍ତି ଏଭଳି ଫଟୋ ଅପଲୋଡ ନ କରିବା ଭଲ। ଏହାପରେ ଅବଶ୍ୟ କ୍ରିତି ଫଟୋ ଗୁଡିକୁ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି।

Share