ମହଙ୍ଗା ପଡିଲା ଅନ୍‌ଲାଇନରେ ଖାଦ୍ୟ ମଗାଇବା: ଭାଇ, ଭଉଣୀଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁରରେ ପୁଣି ଥରେ ସାଇବର ଅପରାଧୀ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନରେ ଖାଦ୍ୟ ଅର୍ଡର କରି ମଗାଇବା ଜଣେ ଛାତ୍ର ପାଇଁ ଏବେ ମହଙ୍ଗା ପଡିଛି। ଏଥିରେ ତାଙ୍କ ଭଉଣୀ ମଧ୍ୟ ଠକାମୀର ଶିକାର ହୋଇଛନ୍ତି। ଠକ ଗ୍ୟାଙ୍ଗ କୌଶଳକ୍ରମେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମହରି ନଗରରେ ରହୁଥିବା ଜଣେ ବ୍ୟବସାୟୀ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ଅଭିଷେକ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କ ଆକାଉଣ୍ଟରୁ ୧ ଲକ୍ଷ ୩ ହଜାର ୮୦୦ ଟଙ୍କା ଠକି ନେଇଛନ୍ତି। ଏ ନେଇ ଅଭିଷେକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୧୨୩/୨୦ରେ ଏକ ମାମଲା ରୁଜୁୁ କରି ଘଟଣାର ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ, ଅଭିଷେକ ଦୁଇ ଦିନ ତଳେ ଏକ ଅନଲାଇନ ଖାଦ୍ୟ ଯୋଗାଇବା ସଂସ୍ଥାର ଆପ ଜରିଆରେ ୧୧୧ ଟଙ୍କାର ଖାଦ୍ୟ ମଗାଇଥିଲେ। ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ଅର୍ଡର ମୁତାବକ ଖାଦ୍ୟ ବ୍ରହ୍ମପୁର ଗାନ୍ଧିନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରୁ ଆଣି ଅଭିଷେକଙ୍କୁ ଦେଇଥିଲେ। ଖାଦ୍ୟ ପୁଡ଼ିଆରୁ ଦୁର୍ଗନ୍ଧ ବାହାରୁଥିବାରୁ ସେ ତାହା ଗ୍ରହଣ କରି ନ ଥିଲେ। ପରେ ଛାତ୍ର ଜଣଙ୍କ ଉକ୍ତ ଅନଲାଇନ ସଂସ୍ଥାକୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଅଭିଷେକଙ୍କୁ ତାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ପରେ ସେ ତାଙ୍କ ଆକାଉଣ୍ଟ ନମ୍ବର ଉକ୍ତ ସଂସ୍ଥାକୁ ପଠାଇଥିଲେ। କିଛି ସମୟ ପରେ ସଂସ୍ଥା ତରଫରୁ ଅଭିଷେକଙ୍କୁ ଫୋନ ଆସିଥିଲା ଯେ ତୁମ ଆକାଉଣ୍ଟ ନମ୍ବର କାମ କରୁନାହିଁ ଏଣୁ ଘରର ଅନ୍ୟ କାହାର ଆକାଉଣ୍ଟ ନମ୍ବର ପଠାଅ। ଏହାପରେ ଅଭିଷେକ ତାଙ୍କ ଭଉଣୀଙ୍କ ଏସବିଆଇ ଆକାଉଣ୍ଟ ନମ୍ବର ଉକ୍ତ ସଂସ୍ଥାକୁ ପଠାଇଥିଲେ। ଦୁଇଟି ଯାକ ଆକାଉଣ୍ଟ ନମ୍ବର ପାଇଯିବା ପରେ ଉକ୍ତ ସଂସ୍ଥା ଅଭିଷେକଙ୍କ ଆକାଉଣ୍ଟରୁ ୪୩୦୦ ଓ ତାଙ୍କ ଭଉଣୀଙ୍କ ଆକାଉଣ୍ଟରୁ ୯୯ ହଜାର ୫୦୦ ଟଙ୍କା ଗାଏବ କରି ଦେଇଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ଛାତ୍ର ଜଣଙ୍କ ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri