ମହଙ୍ଗା ପଡ଼ିଲା ମିଥ୍ୟା ବିଲ୍‌ କରିବା: ୩ ସରକାରୀ କର୍ମଚାରୀ ଭରିବେ ଟଙ୍କା

ନୟାଗଡ଼ ଅଫିସ, ୪ା୮: ମିଥ୍ୟା ବିଲ୍‌ କରିବା ୩ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କଠାରୁ ୩ମାସ ଭିତରେ ୬୬ ହଜାର ୫୫୦ ଟଙ୍କା ଲେଖାଏ ଭରଣା କରାଯିବ। ସରକାରୀ ଟଙ୍କା ଆତ୍ମସାତ୍‌ କରିବା ଅଭିଯୋଗରେ ଏହି ଟଙ୍କା ସେମାନଙ୍କଠାରୁ ଭରଣା କରାଯିବ ବୋଲି ଗତ ୩୧ତାରିଖରେ ଜିଲାପାଳଙ୍କ କୋର୍ଟରେ ଶୁଣାଣି ହୋଇଛି। ସମ୍ପୃକ୍ତ କର୍ମଚାରୀମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକ, ଜିପିଟିଏ ସୁଶାନ୍ତ କୁମାର ନନ୍ଦ ଓ ହରିହରପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପ୍ରଣବ ପ୍ରକାଶ ମିଶ୍ର।
ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତ କରଡ଼ା ରଘୁନାଥପୁର ଶାସନର ଦୀନବନ୍ଧୁ ଓ କୈଳାସ ପ୍ରଧାନଙ୍କ ନାମରେ ମୋ ପୋଖରୀ ଯୋଜନାରେ ପୋଖରୀ ଖୋଳାଇବା ପାଇଁ କାର୍ଯ୍ୟାଦେଶ ମଞ୍ଜୁର ହୋଇଥିଲା। ୧୫ ଏପ୍ରିଲ ୨୦୧୭ରେ ସେମାନଙ୍କୁ ପଥରଗଡ଼ ମୌଜାର ଖାତା ନଂ. ୫୫/୧୫, ପ୍ଲଟ ନଂ. ୩୮୮ର ୫୧ ଡେସିମିଲ ଜାଗାରେ ପୋଖରୀ ଖୋଳିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ପୋଖରୀ ପାଇଁ ପର୍ଯ୍ୟାୟ କ୍ରମେ ୪ଟି କିସ୍ତିରେ ୧ ଲକ୍ଷ ୯୯ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ସ୍ଥାନରେ ପୋଖରୀ ହୋଇ ନ ଥିବାରୁ କିଛି ବ୍ୟକ୍ତି ଏ ନେଇ ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ଆରଟିଆଇରେ ତଥ୍ୟ ମାଗିଥିଲେ। ଏହି ତଥ୍ୟ ଅନୁଯାୟୀ ପୋଖରୀ ଖୋଳାହେବା ପାଇଁ ଦିଆଯାଇଥିବା ପ୍ଲଟ ନମ୍ବରରେ କୌଣସି ପୋଖରୀ ନ ଥିବା ସୂଚନା ମିଳିଥିଲା। ଉକ୍ତ ସ୍ଥାନରେ ପଡ଼ିଆ ଓ କିଛି ଅନାବାଦୀ ଗଛ ରହିଥିବା ଓଡ଼ଗାଁ ତହସିଲ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ (ପିଆଇଓ) ଲିଖିତ ଭାବେ ଜଣାଇଥିଲେ। ପରେ ୧୬ ଡିସେମ୍ବର ୨୦୧୮ରେ ହରିହରପୁର ପଞ୍ଚାୟତର କେତେଜଣ ଲୋକ ଜିଲାପାଳଙ୍କଠାରେ ଏହାର ତଦନ୍ତ ପାଇଁ ଅଭିଯୋଗ କରିଥିଲେ। ୧୯ ଡିସେମ୍ବରରେ ମିଥ୍ୟା ବିଲ୍‌ କରି ଟଙ୍କା ହଡ଼ପ ଶୀର୍ଷକ ଏକ ଖବର କେବଳ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ତଦନ୍ତ କରାଯିବାରୁ ସମ୍ପୃକ୍ତ କର୍ମଚାରୀମାନେ ଉକ୍ତ ସ୍ଥାନ ନିକଟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା ପୋଖରୀ ଦେଖାଇଥିଲେ। ତଦନ୍ତରେ ବିଳମ୍ବ ହେବାରୁ ପଞ୍ଚାୟତର ନାଏବ ସରପଞ୍ଚ ଅନନ୍ତ ଚରଣ ନାୟକଙ୍କ ସମେତ ୫ ଜଣ ବ୍ୟକ୍ତି ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୪ ଡିସେମ୍ବର ୨୦୧୮ରେ ଜିଲାପାଳଙ୍କ ସମେତ ହାଇକୋର୍ଟ ୬ ଜଣଙ୍କୁ ପକ୍ଷ ରଖିଥିଲେ। ଜିଲାପାଳଙ୍କୁ ଏହାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଏହି ଦାୟିତ୍ୱ ଓଡ଼ଗାଁ ତହସିଲଦାରଙ୍କ ଉପରେ ନ୍ୟସ୍ତ କରିଥିଲେ। ଓଡ଼ଗାଁ ତହସିଲଦାର ତଦନ୍ତ କରିବାରୁ ଉକ୍ତ ସ୍ଥାନରେ କୌଣସି ପୋଖରୀ ନ ଥିବା ନେଇ ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri