Categories: ଜାତୀୟ

ମହଙ୍ଗା ପଡ଼ିଲା ଚଳନ୍ତା କାର୍‌ରେ ଷ୍ଟଣ୍ଟ କରିବା

ମୁମ୍ବାଇ,୧୦।୬: ଖାର୍‌ ପୋଲିସ ଷ୍ଟେଶନ ଅନ୍ତର୍ଗତ କାର୍ଟର ରୋଡରେ ରାତିରେ ଚଳନ୍ତା କାର୍‌ରେ ଷ୍ଟଣ୍ଟ କରିବା ୩ ଜଣ ଯୁବକଙ୍କୁ ମହଙ୍ଗା ପଡିଛି। ଚଳନ୍ତା କାର୍‌ର ଓ୍ବିଣ୍ଡୋ ଦେଇ ଏମାନେ ବିପଜ୍ଜନକ ଭାବେ ଷ୍ଟଣ୍ଟ କରୁଥିବା ଦେଖି ଖାର ପୋଲିସ ସେମାନଙ୍କୁ ଶନିବାର ଗିରଫ କରିଛି। ଘଟଣାଟି ଜୁନ୍‌ ୭ର ହୋଇଥିବା ବେଳେ ୨ ଦିନ ପରେ ପୋଲିସ ପତ୍ତା ଲଗାଇ ଏମାନଙ୍କୁ ଗିରଫ କରିଛି। ଏମାନେ ଷ୍ଟଣ୍ଟ କରୁଥିବା ସମୟରେ ସେହି ବାଟ ଦେଇ ଯାଇଥିବା ଆଉ ଜଣେ ବ୍ୟକ୍ତି ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ପରେ ଏହା ଭାଇରାଲ ହେବାରୁ ପୋଲିସ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ମଧ୍ୟରୁ ଜଣେ ଷ୍ଟଣ୍ଟ ସମୟରେ ହାତରେ ଏକ ବୋତଲ ଧରିଥିବା ମଧ୍ୟ ଦେଖାଯାଇଛି।

Share