ମସ୍ତିଷ୍କ ସକ୍ରିୟ ରଖେ ଦହିଭାତ

ଦହିଭାତ ମସ୍ତିଷ୍କକୁ ସକ୍ରିୟ ରଖିବା ସହ ବ୍ୟକ୍ତିକୁ ଖୁସି ରହିବା ପାଇଁ ପ୍ରେରିତ କରିଥାଏ। ସଦ୍ୟ ଗବେଷଣାରୁ ଏହି ତଥ୍ୟ ସମ୍ପର୍କରେ ଆମେରିକୀୟ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଦହିଭାତ ସେବନ ଦ୍ୱାରା ମସ୍ତିଷ୍କର ଗିତିବିଧି ସକ୍ରିୟ ରହିବା ସହ ସୁଖଦ ଅନୁଭବ ହୁଏ। ଦହିରେ ଥିବା ଆମିନୋ ଏସିଡ୍‌ ଯାହାକୁ ଟ୍ରିପ୍ଟୋଫାନ୍‌ ବୋଲି କୁହାଯାଏ, ଏହା ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଯୌଗିକ। ଏହା ଶରୀରକୁ କେବଳ ଫୂର୍ତ୍ତି ରଖେ ନାହଁି ବରଂ ମସ୍ତିଷ୍କକୁ କ୍ରିୟାଶୀଳ କରିଥାଏ। ଯାହାଦ୍ୱାରା ମଣିଷ ନିଜ ଭିତରେ ଖୁସିକୁ ଅନୁଭବ କରିପାରେ। ତତ୍‌ସହିତ ବିଭିନ୍ନ କାମ ଉପରେ ଧ୍ୟାନ କେନ୍ଦ୍ରିତ କରିପାରେ। ଏହି ଗବେଷଣା ସମ୍ପର୍କରେ ଆମେରିକାନ୍‌ ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ନ୍ୟୁଟ୍ରିସନ୍‌ରେ ପ୍ରକାଶ ପାଇଛି।