Categories: ଜାତୀୟ

ମସ୍ତିଷ୍କ ଜ୍ୱର ପରେ ଦାଉ ସାଧିଲା ଗ୍ରୀଷ୍ମ ପ୍ରବାହ: ଗୋଟିଏ ଦିନରେ ୪୪ ମୃତ

ପାଟନା,୧୬।୬: ବିହାରରେ ମସ୍ତିଷ୍କ ଜ୍ୱର ଏବେ ଚିନ୍ତାର କାରଣ ପାଲଟିଛି। ଏବେ ସୁଦ୍ଧା ଏଥିରେ ଆକ୍ରାନ୍ତ ହୋଇ ପାଖାପାଖି ଶହେ ଜଣଙ୍କ ମୃତ୍ୟୁ ହେଲାଣି। ଏପଟେ ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହରେ ଗୋଟିଏ ଦିନରେ ବିହାରରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଡିଜାଷ୍ଟର ମ୍ୟାନେଜମେଣ୍ଟ କଣ୍ଟ୍ରୋଲ ରୁମର ସୂଚନା ଅନୁଯାୟୀ, ଔରଙ୍ଗାବାଦରେ ୨୨, ଗୟାରେ ୨୦ ଓ ନଓ୍ବାଡା ଜିଲାରେ ‘ଲୁ’ ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ‘ଲୁ’ରେ ହୋଇଥିବା ମୃତ୍ୟୁକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପାଟନା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର ଏଠାରେ ତାପମାତ୍ରା ରହିଥିଲା ୪୫.୮ ଡିଗ୍ରୀ ସେଲସିୟସ୍‌ ଯାହା ପୂର୍ବ ୧୦ ବର୍ଷର ରେକର୍ଡକୁ ଭାଙ୍ଗିଥିଲା। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

Share