Categories: ଜାତୀୟ

ମସ୍ତିଷ୍କ ଜ୍ୱରକୁ ନେଇ ଝାଡ଼ଖଣ୍ଡରେ ହାଇ ଆଲର୍ଟ ଜାରି

ରାଞ୍ଚି,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱର ମହାମାରୀର ରୂପ ନେଲାଣି। ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କର ମସ୍ତିଷ୍କ ଜ୍ୱର ଯୋଗୁ ମୃତ୍ୟୁ ହୋଇସାରିଲାଣି। ତେବେ ଏହି ଭୟଙ୍କର ଜ୍ୱରକୁ ଦେଖି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ମଧ୍ୟ ସରକାରଙ୍କ ତରଫରୁ ହାଇ ଆଲର୍ଟ ଜାରି କରାଯାଇଛି। ଏଠାକାର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜରେ ହାଇ ଆଲର୍ଟ ଜାରି କରାଯାଇଛି। ଏବେ ଏହି ଆକ୍ୟୁଟ ଇନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମସ୍‌(ଏଇଏସ୍‌)ଦିନକୁ ଦିନ ବ୍ୟାପୁଥିବାରୁ ଏହାର କାରଣ ଖୋଜା ଚାଲିଛି।

Share