ମସ୍ତିଷ୍କରେ ସ୍ମୃତିକୁ ରଖେ ସାଇତି ଏହି ପ୍ରୋଟିନ୍‌…

ମନୁଷ୍ୟ ମସ୍ତିଷ୍କରେ ଛୋଟବେଳଠାରୁ ବଡ ହେବା ପର୍ଯ୍ୟନ୍ତ ଅନେକ ସ୍ମୃତି ରହିଥାଏ। ଧୀରେ ଧୀରେ କେତେକ ଘଟଣା ଭଲ ଭାବେ ମନେ ମଧ୍ୟ ପଡି ନ ଥାଏ। ମସ୍ତିିଷ୍କରେ ବିଭିନ୍ନ ଘଟଣାକୁ ସାଇତି ରଖିବାରେ ଏକେଟି ପ୍ରୋଟିନ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ସହିତ ମସ୍ତିଷ୍କରେ ଥିବା ଏକେଟି-୧, ଏକେଟି-୨ ଓ ଏକେଟି-୩ ଆଦି ୩ ପ୍ରକାର ମସ୍ତିଷ୍କ କୋଷିକା ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି କୋଲୋରାଡୋ ବିଶ୍ୱବିଦ୍ୟାଳୟର ଗବେଷକ ଜାଣିବାକୁ ପାଇଛନ୍ତି। ଏକେଟି-୧ କୋଷିକା ମସ୍ତିଷ୍କର ସର୍ବାଧିକ ଅଂଶରେ ବ୍ୟାପି ରହିଥାଏ। ଏହା ନ୍ୟୁରୋନ୍‌ ଓ ସିୟାନାପଜ୍‌କୁ ସଶକ୍ତ କରିଥାଏ। ଯାହାଫଳରେ ଅଭିଜ୍ଞତା ସ୍ମୃତି ରୂପେ ସଂରକ୍ଷିତ ହୋଇଥାଏ। ସେହିପରି ଏକେଟି-୨ କୋଷିକା ସ୍ପାଇନାଲ୍‌ କର୍ଡ ଓ ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ସହଜ କରିଥାଏ। ଏହାର ଅସ୍ଥିକଣିକାରେ ଅଧିକ ପରିମାଣରେ ରହିଥାଏ। ଏହାର ଆକାର ତାରକା ସଦୃଶ। ମସ୍ତିଷ୍କାଘାତ ଓ ମସ୍ତିଷ୍କ କର୍କଟରେ ଏହି କୋଷିକା ପ୍ରଭାବିତ ହୋଇଥାଏ। ସ୍ମୃତି ଶକ୍ତିର ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଏକେଟି-୩ କୋଷିକା ଦ୍ୱାରା ମୁଖ୍ୟତଃ ମସ୍ତିଷ୍କ ବିକାଶ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଏହା ମସ୍ତିଷକର ତରଙ୍ଗାୟିତ ଅଂଶକୁ ବିକଶିତ କରିଥାଏ। ଯାହାଦ୍ୱାରା ବିଭିନ୍ନ ଘଟଣାବଳୀ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ମୃତିରେ ସାଇତି ହୋଇ ରହିଥାଏ। ଗବେଷକ ମୂଷାମାନଙ୍କଠାରେ ଏକେଟି ପ୍ରୋଟିନ୍‌ ପ୍ରୟୋଗ କରିଥିଲେ। ପରବର୍ତ୍ତୀ ସମୟରେ ଏହାର ଉପଯୋଗ ମନୁଷ୍ୟ ଉପରେ କରାଯାଇଥିଲା।

Share