ମସୁଦ୍‌ ଅଜହର ବିଶ୍ୱ ଆତଙ୍କବାଦୀ ଘୋଷିତ

ଓ୍ବାଶିଂଟନ, ୨।୫: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଅଜହରଙ୍କୁ ଜାତିସଂଘ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି। ଗତ ବର୍ଷ ଭାରତ ସହିତ ଆମେରିକା, ଫ୍ରାନ୍ସ୍‌, ବ୍ରିଟେନ୍‌ ଆଦି ରାଷ୍ଟ୍ର ଏଥି ପାଇଁ ପ୍ରୟାସ କରିଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ଚାଇନା ନିଜର ଭିଟୋ ଅଧିକାର ପ୍ରୟୋଗ କରିଥିଲା। ଭାରତ ୧୦ ବର୍ଷ ଧରି ୨୦୦୯ଠାରୁ ଏଭଳି ପ୍ରୟାସ ଜାରି ରଖିଥିଲା। ଅନ୍ତର୍ଜାତୀୟସ୍ତରରେ ମିଳିତଭାବେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିବା ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ଥିବା ସୟଦ୍‌ ଆକବରଉଦ୍ଦିନ୍‌ ସୂଚନା ଦେଇଛନ୍ତି। ଏହାଦ୍ୱାରା କୂଟନୈତିକସ୍ତରରେ ଭାରତର ପତିଆରା ବୃଦ୍ଧି ପାଇଥିବା କୁହାଯାଉଛି।

Share