ମଳକଣ୍ଟକର ହୋମିଓ ଉପଚାର

ମଳଦ୍ୱାର ସହିତ ସଂଲଗ୍ନ ଥିବା ଶିରାର ପ୍ରସାରଣ ହେତୁ କିମ୍ବା ତାହା କ୍ଷତ ହେବା କାରଣରୁ ମଳଦ୍ୱାର ଦେଇ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଏ। ସେହିଭଳି ମଳଦ୍ୱାରରେ କଣ୍ଟା ଫୋଡ଼ିହେବା ଭଳି କଷ୍ଟ ଅନୁଭବ କରିବା ଓ ମଳଦ୍ୱାର କାଟି ହେବା ଭଳି ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ମଧ୍ୟ ମଳଦ୍ୱାର ସମ୍ପର୍କିତ ଆଉ ଏକ ସମସ୍ୟା, ଯାହାକୁ ମଳକଣ୍ଟକ(ଫିସର) କୁହାଯାଏ। ସେହିଭଳି ଅର୍ଶ ବା ମଳକଣ୍ଟକ କ୍ଷତଯୁକ୍ତ ହୋଇ ଦୀର୍ଘଦିନ ରହିବା ପରେ ସେହି ସ୍ଥାନରୁ ପୂଯ, ରକ୍ତ ମିଶ୍ରିତ ଅଠାଳିଆସ୍ରାବ ହେଲେ ଏହାକୁ ଭଗନ୍ଦର(ପିଷ୍ଟୁଲା) ବୋଲି କୁହାଯାଏ। ଏହି ଭଗନ୍ଦର ସବୁଠୁ ଭୟାନକ। କାରଣ ପରବର୍ତ୍ତୀ ସମୟରେ ଏହା କ୍ୟାନସର ଆଡକୁ ଗତି କରିଥାଏ। ତେଣୁ ଅର୍ଶ ବା ମଳକଣ୍ଟକ ହେଲେ ଆଦୌ ଅବହେଳା ନ କରି ଠିକ୍‌ ଚିକିତ୍ସା କରାଇନେବା ଉଚିତ। ମଳତ୍ୟାଗ ସମୟରେ ମଳ କଠିନ ହେଲେ ଶିରା ଉପରେ ଚାପପଡ଼ି ମଳଦ୍ୱାର ଫାଟିଯାଏ ଏବଂ ଏଥିରେ ସାମାନ୍ୟ ରକ୍ତ ମଳ ସହିତ ସୂତାଭଳି କିମ୍ବା ଟୋପା ଟୋପା ମଧ୍ୟ ପଡ଼ିଥାଏ। ପ୍ରଥମେ ପ୍ରଥମେ ମଳଦ୍ୱାରରେ ଫାଟ ହେବା ଦ୍ୱାରା ବେଶି କଷ୍ଟଦାୟକ ହୋଇ ନ ଥାଏ। ପରମୁହୂର୍ତ୍ତରେ ଯଦି ମଳ ନରମ ହୋଇଯାଏ ତେବେ ଏହି ଫାଟ କୌଣସି ସମସ୍ୟା ସୃଷ୍ଟି କରି ନ ଥାଏ। କିନ୍ତୁ ଯଦି ଏହା ବୃଦ୍ଧି ପାଇ କ୍ଷତ ଗଭୀର ହୁଏ, ତେବେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏହିଭଳି ଯନ୍ତ୍ରଣା ଲାଗିରହିଲେ ଶିରା ଉପରେ ଚାପ ବୃଦ୍ଧି ପାଇ ମଳଦ୍ୱାର କଡରେ କଣ୍ଟା ସଦୃଶ ବଳି ସୃଷ୍ଟି ହୁଏ ଏବଂ ଏହା ବାରମ୍ବାର ପୋଡ଼ି ହେଲାଭଳି କଷ୍ଟ ଦେଇଥାଏ। ଏହାକୁ ସେଣ୍ଟିନାଲ ପାଇଲ୍‌ସ କୁହାଯାଏ। ସାଧାରଣତଃ ଏହାକୁ ଅର୍ଶ ବୋଲି କୁହାଯାଇଥାଏ। ମାତ୍ର ଏହା ଅର୍ଶଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ମଳଦ୍ୱାରରେ ଥିବା ଶିରାର ବୃଦ୍ଧି ନ ହୋଇ କେବଳ ବାହ୍ୟ ପତଳା ଚର୍ମର ବୃଦ୍ଧି ହେତୁ ଖୁବ୍‌ କମ୍‌ ରକ୍ତସ୍ରାବ ହୋଇଥାଏ କିମ୍ବା ରକ୍ତ ପଡ଼ି ନଥାଏ। କିନ୍ତୁ ରକ୍ତସ୍ରାବୀ ମଳକଣ୍ଟକ ଅଧିକ କ୍ଷତିକାରକ ହୋଇଥାଏ।
କାରଣ: ପୁରାତନ କୋଷ୍ଠବଦ୍ଧତା ସହ କୁନ୍ଥନ, ଅଧିକ ସମୟ ଧରି ବାଇକ୍‌ ଚାଳନା, ଗୁରୁପାକ ଖାଦ୍ୟ ଯଥା- ମାଂସ, ମାଛ, ମଦ, ମସଲା, ରାଗ, ଅମ୍ଳଜାତୀୟ ଖାଦ୍ୟ ସେବନ, ଯକୃତ୍‌ ଦୋଷ, ଅତ୍ୟଧିକ ଆଳସ୍ୟପୂର୍ଣ୍ଣ ଜୀବନଯାପନ, ମେଦବୃଦ୍ଧି, ବଂଶଗତ ରୋଗ ଆଦି ମଳକଣ୍ଟକ ଓ ଅର୍ଶର କାରଣ। ଏଥିସହିତ ଅର୍ଶର ଭୁଲ ଅସ୍ତ୍ରୋପଚାର ଫଳରେ ମଳଦ୍ୱାର ଛୋଟ ହୋଇ ଅଧିକ ଫାଟ ସୃଷ୍ଟି ହେବା, ସ୍ତ୍ରୀ ଲୋକମାନଙ୍କର ଗର୍ଭାବସ୍ଥା ଜନିତ କୁନ୍ଥନ, ସିଫିଲିସ୍‌ ଦୋଷ, ମଳାଶୟ କର୍କଟ ଏବଂ କ୍ରନିକ କୋଲାଇଟିସ୍‌ ଆଦି ମଧ୍ୟ ଅର୍ଶ ଓ ମଳକଣ୍ଟକର କାରଣ ହୋଇଥାଏ।
ଲକ୍ଷଣ: କୁନ୍ଥନ ସହ ମଳଦ୍ୱାର ପୀଡ଼ା ଲାଗିବା, ଲାଲ୍‌ ବର୍ଣ୍ଣର କିମ୍ବା କଳା ରଙ୍ଗର ରକ୍ତସ୍ରାବ ହେବା, ବିନା କଷ୍ଟରେ ରକ୍ତସ୍ରାବ, ମଳଦ୍ୱାର ଜଳାପୋଡ଼ା ହେବା, କଣ୍ଡୁୟନ, ଅର୍ଶର ବଳି ଫୁଲିବା, ମଳଦ୍ୱାରରେ ଛୋଟ ଫାଟ ସହ ଛୁଞ୍ଚି ଫୋଡ଼ିଲା ପରି ବେଦନା ହେବା, ଅଣ୍ଟା ବିନ୍ଧାହେବା, ରକ୍ତସ୍ର୍ରାବୀ ବଳି ଅଙ୍ଗୁର ଭଳି ତଳକୁ ବାହାରି ଆସିବା, ମଳଦ୍ୱାର (ଅର୍ଶପିଣ୍ଡ) ବାହାରକୁ ବାହାରି ପଡ଼ିବା (Prolapse of rectum), ମଳଦ୍ୱାର ଓଦା ରହି ଅଠାଳିଆ ଲାଗିବା ଏବଂ ପୂଯ ଆସିବା, ମଳତ୍ୟାଗ ପରେ ବହୁ ସମୟ ଧରି ଯନ୍ତ୍ରଣାହେବା, ପରିସ୍ରା କରିବାରେ ଯନ୍ତ୍ରଣା ଅନୁଭୂତ ହେବା ଇତ୍ୟାଦି।
ଚିକିତ୍ସା: ଅର୍ଶ, ମଳକଣ୍ଟକ ଏବଂ ଭଗନ୍ଦର ଆଦି ରୋଗର ହୋମିଓପ୍ୟାଥିକ୍‌ ଚିକିତ୍ସା କରାଯାଇ ରୋଗୀକୁ ସଂପୂର୍ଣ୍ଣ ସ୍ଥାୟୀଭାବେ ଯନ୍ତ୍ରଣାମୁକ୍ତ କରାଯାଇପାରୁଛି। ଏଥିରେ ରୋଗର ଲକ୍ଷଣ ଅନୁସାରେ, ରୋଗର କାରଣ, ହ୍ରାସବୃଦ୍ଧି, ଆବଶ୍ୟକମତେ ରକ୍ତପରୀକ୍ଷା ଆଦି କରାଯାଇ ଔଷଧ ନିର୍ଦ୍ଦିଷ୍ଟ ଅନୁପାତରେ ଶକ୍ତିଯୁକ୍ତ ଅଥବା ମୂଳ ଅର୍କ କିମ୍ବା ବାୟୋକେମିକ୍‌ ଔଷଧ ମଧ୍ୟ ପ୍ରଦାନ କରାଯାଇଥାଏ। ହାମାମେଲିସ୍‌, ମିଲିଫୋଲିୟମ୍‌, ଆଣ୍ଟିସକୃଡ୍‌, ଏସିଡ୍‌ ନାଇଟ୍ରିକ୍‌, ପାଓନିଆ, ଏଲୋସ୍‌, କଷ୍ଟିକମ୍‌, ଥୁଜା, ହାଇପେରିକମ୍‌, ଏସିଡ୍‌ ଫ୍ଲୋର୍‌, ପ୍ଲାଣ୍ଟାଗୋ, କ୍ୟାପ୍‌ସିକମ୍‌, ନିଗୁଣ୍ଡିୟମ୍‌ ଆମେରିକାନମ୍‌, ଜେରାନିୟମ୍‌ ମାକ୍‌ ଏବଂ ବାୟୋକେମିକ୍‌-୧୭, ୪ ସହିତ ବାହ୍ୟ ଔଷଧର ପ୍ରୟୋଗ କରାଯାଇପାରିବ। ଏଥିସହିତ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସମ୍ପୂର୍ଣ୍ଣ ପଥ୍ୟରେ ରହିବାକୁ ପଡ଼େ। ମଳଦ୍ୱାରକୁ ସର୍ବଦା ପରିଷ୍କାର ରଖିବାକୁ ପଡ଼ିଥାଏ। ଏଥିସହିତ ଖାଦ୍ୟଶୈଳୀରେ ପରିବର୍ତ୍ତନ ଦରକାର ପଡ଼ିଥାଏ। ଯେପରି ମଳ ସର୍ବଦା ନରମ ରହିବ ସେଥିପ୍ରତି ଦୃଷ୍ଟି ଦେଇ ଖାଦ୍ୟ ଖାଇବାକୁ ପଡ଼ିଥାଏ। ରୋଗ ବହୁ ପୁରୁଣା ହେଲେ ଆବଶ୍ୟକସ୍ଥଳେ ଶଲ୍ୟ ଚିକିତ୍ସା ମଧ୍ୟ କରାଯାଇଥାଏ। ତେଣୁ ପ୍ରଥମରୁ ସଚେତନ ରହି ଠିକ୍‌ ଚିକିତ୍ସା କରାଇନେଲେ ଭବିଷ୍ୟତରେ ଶଲ୍ୟ ଚିକିତ୍ସାର ଆଶ୍ରୟ ନେବାକୁ ପଡ଼େନାହିଁ। ଶଲ୍ୟ ଚିକିତ୍ସା ପରେ ମଧ୍ୟ ପୁନଃ ରୋଗ ହେଉଥିବାର ଦେଖିବାକୁ ମିଳିଥାଏ। କେବଳ ହୋମିଓପ୍ୟାଥିକ୍‌ ଚିକିତ୍ସା ଦ୍ୱାରା ହିଁ ରୋଗ ମୂଳରୁ ମରିଯାଏ।

ଡା. ବସୁଦେବ ମହାନ୍ତି
-କଳିଙ୍ଗ ହୋମିଓ, ନୟାଗଡ଼
ମୋ: ୯୩୪୮୫୮୨୮୩୪


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri