ମଳକଣ୍ଟକର ହୋମିଓ ଉପଚାର

ମଳଦ୍ୱାର ସହିତ ସଂଲଗ୍ନ ଥିବା ଶିରାର ପ୍ରସାରଣ ହେତୁ କିମ୍ବା ତାହା କ୍ଷତ ହେବା କାରଣରୁ ମଳଦ୍ୱାର ଦେଇ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଏ। ସେହିଭଳି ମଳଦ୍ୱାରରେ କଣ୍ଟା ଫୋଡ଼ିହେବା ଭଳି କଷ୍ଟ ଅନୁଭବ କରିବା ଓ ମଳଦ୍ୱାର କାଟି ହେବା ଭଳି ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ମଧ୍ୟ ମଳଦ୍ୱାର ସମ୍ପର୍କିତ ଆଉ ଏକ ସମସ୍ୟା, ଯାହାକୁ ମଳକଣ୍ଟକ(ଫିସର) କୁହାଯାଏ। ସେହିଭଳି ଅର୍ଶ ବା ମଳକଣ୍ଟକ କ୍ଷତଯୁକ୍ତ ହୋଇ ଦୀର୍ଘଦିନ ରହିବା ପରେ ସେହି ସ୍ଥାନରୁ ପୂଯ, ରକ୍ତ ମିଶ୍ରିତ ଅଠାଳିଆସ୍ରାବ ହେଲେ ଏହାକୁ ଭଗନ୍ଦର(ପିଷ୍ଟୁଲା) ବୋଲି କୁହାଯାଏ। ଏହି ଭଗନ୍ଦର ସବୁଠୁ ଭୟାନକ। କାରଣ ପରବର୍ତ୍ତୀ ସମୟରେ ଏହା କ୍ୟାନସର ଆଡକୁ ଗତି କରିଥାଏ। ତେଣୁ ଅର୍ଶ ବା ମଳକଣ୍ଟକ ହେଲେ ଆଦୌ ଅବହେଳା ନ କରି ଠିକ୍‌ ଚିକିତ୍ସା କରାଇନେବା ଉଚିତ। ମଳତ୍ୟାଗ ସମୟରେ ମଳ କଠିନ ହେଲେ ଶିରା ଉପରେ ଚାପପଡ଼ି ମଳଦ୍ୱାର ଫାଟିଯାଏ ଏବଂ ଏଥିରେ ସାମାନ୍ୟ ରକ୍ତ ମଳ ସହିତ ସୂତାଭଳି କିମ୍ବା ଟୋପା ଟୋପା ମଧ୍ୟ ପଡ଼ିଥାଏ। ପ୍ରଥମେ ପ୍ରଥମେ ମଳଦ୍ୱାରରେ ଫାଟ ହେବା ଦ୍ୱାରା ବେଶି କଷ୍ଟଦାୟକ ହୋଇ ନ ଥାଏ। ପରମୁହୂର୍ତ୍ତରେ ଯଦି ମଳ ନରମ ହୋଇଯାଏ ତେବେ ଏହି ଫାଟ କୌଣସି ସମସ୍ୟା ସୃଷ୍ଟି କରି ନ ଥାଏ। କିନ୍ତୁ ଯଦି ଏହା ବୃଦ୍ଧି ପାଇ କ୍ଷତ ଗଭୀର ହୁଏ, ତେବେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏହିଭଳି ଯନ୍ତ୍ରଣା ଲାଗିରହିଲେ ଶିରା ଉପରେ ଚାପ ବୃଦ୍ଧି ପାଇ ମଳଦ୍ୱାର କଡରେ କଣ୍ଟା ସଦୃଶ ବଳି ସୃଷ୍ଟି ହୁଏ ଏବଂ ଏହା ବାରମ୍ବାର ପୋଡ଼ି ହେଲାଭଳି କଷ୍ଟ ଦେଇଥାଏ। ଏହାକୁ ସେଣ୍ଟିନାଲ ପାଇଲ୍‌ସ କୁହାଯାଏ। ସାଧାରଣତଃ ଏହାକୁ ଅର୍ଶ ବୋଲି କୁହାଯାଇଥାଏ। ମାତ୍ର ଏହା ଅର୍ଶଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ମଳଦ୍ୱାରରେ ଥିବା ଶିରାର ବୃଦ୍ଧି ନ ହୋଇ କେବଳ ବାହ୍ୟ ପତଳା ଚର୍ମର ବୃଦ୍ଧି ହେତୁ ଖୁବ୍‌ କମ୍‌ ରକ୍ତସ୍ରାବ ହୋଇଥାଏ କିମ୍ବା ରକ୍ତ ପଡ଼ି ନଥାଏ। କିନ୍ତୁ ରକ୍ତସ୍ରାବୀ ମଳକଣ୍ଟକ ଅଧିକ କ୍ଷତିକାରକ ହୋଇଥାଏ।
କାରଣ: ପୁରାତନ କୋଷ୍ଠବଦ୍ଧତା ସହ କୁନ୍ଥନ, ଅଧିକ ସମୟ ଧରି ବାଇକ୍‌ ଚାଳନା, ଗୁରୁପାକ ଖାଦ୍ୟ ଯଥା- ମାଂସ, ମାଛ, ମଦ, ମସଲା, ରାଗ, ଅମ୍ଳଜାତୀୟ ଖାଦ୍ୟ ସେବନ, ଯକୃତ୍‌ ଦୋଷ, ଅତ୍ୟଧିକ ଆଳସ୍ୟପୂର୍ଣ୍ଣ ଜୀବନଯାପନ, ମେଦବୃଦ୍ଧି, ବଂଶଗତ ରୋଗ ଆଦି ମଳକଣ୍ଟକ ଓ ଅର୍ଶର କାରଣ। ଏଥିସହିତ ଅର୍ଶର ଭୁଲ ଅସ୍ତ୍ରୋପଚାର ଫଳରେ ମଳଦ୍ୱାର ଛୋଟ ହୋଇ ଅଧିକ ଫାଟ ସୃଷ୍ଟି ହେବା, ସ୍ତ୍ରୀ ଲୋକମାନଙ୍କର ଗର୍ଭାବସ୍ଥା ଜନିତ କୁନ୍ଥନ, ସିଫିଲିସ୍‌ ଦୋଷ, ମଳାଶୟ କର୍କଟ ଏବଂ କ୍ରନିକ କୋଲାଇଟିସ୍‌ ଆଦି ମଧ୍ୟ ଅର୍ଶ ଓ ମଳକଣ୍ଟକର କାରଣ ହୋଇଥାଏ।
ଲକ୍ଷଣ: କୁନ୍ଥନ ସହ ମଳଦ୍ୱାର ପୀଡ଼ା ଲାଗିବା, ଲାଲ୍‌ ବର୍ଣ୍ଣର କିମ୍ବା କଳା ରଙ୍ଗର ରକ୍ତସ୍ରାବ ହେବା, ବିନା କଷ୍ଟରେ ରକ୍ତସ୍ରାବ, ମଳଦ୍ୱାର ଜଳାପୋଡ଼ା ହେବା, କଣ୍ଡୁୟନ, ଅର୍ଶର ବଳି ଫୁଲିବା, ମଳଦ୍ୱାରରେ ଛୋଟ ଫାଟ ସହ ଛୁଞ୍ଚି ଫୋଡ଼ିଲା ପରି ବେଦନା ହେବା, ଅଣ୍ଟା ବିନ୍ଧାହେବା, ରକ୍ତସ୍ର୍ରାବୀ ବଳି ଅଙ୍ଗୁର ଭଳି ତଳକୁ ବାହାରି ଆସିବା, ମଳଦ୍ୱାର (ଅର୍ଶପିଣ୍ଡ) ବାହାରକୁ ବାହାରି ପଡ଼ିବା (Prolapse of rectum), ମଳଦ୍ୱାର ଓଦା ରହି ଅଠାଳିଆ ଲାଗିବା ଏବଂ ପୂଯ ଆସିବା, ମଳତ୍ୟାଗ ପରେ ବହୁ ସମୟ ଧରି ଯନ୍ତ୍ରଣାହେବା, ପରିସ୍ରା କରିବାରେ ଯନ୍ତ୍ରଣା ଅନୁଭୂତ ହେବା ଇତ୍ୟାଦି।
ଚିକିତ୍ସା: ଅର୍ଶ, ମଳକଣ୍ଟକ ଏବଂ ଭଗନ୍ଦର ଆଦି ରୋଗର ହୋମିଓପ୍ୟାଥିକ୍‌ ଚିକିତ୍ସା କରାଯାଇ ରୋଗୀକୁ ସଂପୂର୍ଣ୍ଣ ସ୍ଥାୟୀଭାବେ ଯନ୍ତ୍ରଣାମୁକ୍ତ କରାଯାଇପାରୁଛି। ଏଥିରେ ରୋଗର ଲକ୍ଷଣ ଅନୁସାରେ, ରୋଗର କାରଣ, ହ୍ରାସବୃଦ୍ଧି, ଆବଶ୍ୟକମତେ ରକ୍ତପରୀକ୍ଷା ଆଦି କରାଯାଇ ଔଷଧ ନିର୍ଦ୍ଦିଷ୍ଟ ଅନୁପାତରେ ଶକ୍ତିଯୁକ୍ତ ଅଥବା ମୂଳ ଅର୍କ କିମ୍ବା ବାୟୋକେମିକ୍‌ ଔଷଧ ମଧ୍ୟ ପ୍ରଦାନ କରାଯାଇଥାଏ। ହାମାମେଲିସ୍‌, ମିଲିଫୋଲିୟମ୍‌, ଆଣ୍ଟିସକୃଡ୍‌, ଏସିଡ୍‌ ନାଇଟ୍ରିକ୍‌, ପାଓନିଆ, ଏଲୋସ୍‌, କଷ୍ଟିକମ୍‌, ଥୁଜା, ହାଇପେରିକମ୍‌, ଏସିଡ୍‌ ଫ୍ଲୋର୍‌, ପ୍ଲାଣ୍ଟାଗୋ, କ୍ୟାପ୍‌ସିକମ୍‌, ନିଗୁଣ୍ଡିୟମ୍‌ ଆମେରିକାନମ୍‌, ଜେରାନିୟମ୍‌ ମାକ୍‌ ଏବଂ ବାୟୋକେମିକ୍‌-୧୭, ୪ ସହିତ ବାହ୍ୟ ଔଷଧର ପ୍ରୟୋଗ କରାଯାଇପାରିବ। ଏଥିସହିତ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସମ୍ପୂର୍ଣ୍ଣ ପଥ୍ୟରେ ରହିବାକୁ ପଡ଼େ। ମଳଦ୍ୱାରକୁ ସର୍ବଦା ପରିଷ୍କାର ରଖିବାକୁ ପଡ଼ିଥାଏ। ଏଥିସହିତ ଖାଦ୍ୟଶୈଳୀରେ ପରିବର୍ତ୍ତନ ଦରକାର ପଡ଼ିଥାଏ। ଯେପରି ମଳ ସର୍ବଦା ନରମ ରହିବ ସେଥିପ୍ରତି ଦୃଷ୍ଟି ଦେଇ ଖାଦ୍ୟ ଖାଇବାକୁ ପଡ଼ିଥାଏ। ରୋଗ ବହୁ ପୁରୁଣା ହେଲେ ଆବଶ୍ୟକସ୍ଥଳେ ଶଲ୍ୟ ଚିକିତ୍ସା ମଧ୍ୟ କରାଯାଇଥାଏ। ତେଣୁ ପ୍ରଥମରୁ ସଚେତନ ରହି ଠିକ୍‌ ଚିକିତ୍ସା କରାଇନେଲେ ଭବିଷ୍ୟତରେ ଶଲ୍ୟ ଚିକିତ୍ସାର ଆଶ୍ରୟ ନେବାକୁ ପଡ଼େନାହିଁ। ଶଲ୍ୟ ଚିକିତ୍ସା ପରେ ମଧ୍ୟ ପୁନଃ ରୋଗ ହେଉଥିବାର ଦେଖିବାକୁ ମିଳିଥାଏ। କେବଳ ହୋମିଓପ୍ୟାଥିକ୍‌ ଚିକିତ୍ସା ଦ୍ୱାରା ହିଁ ରୋଗ ମୂଳରୁ ମରିଯାଏ।

ଡା. ବସୁଦେବ ମହାନ୍ତି
-କଳିଙ୍ଗ ହୋମିଓ, ନୟାଗଡ଼
ମୋ: ୯୩୪୮୫୮୨୮୩୪


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri