ମଲ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଶପିଂ ମଲ୍‌ଗୁଡିକୁ ବନ୍ଦ କରାଯାଇଛି। ହେଲେ ମଲ୍‌ ଭିତରେ ରହିଥିବା ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ପୋଲିସ ସେବା ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, କରୋନା ଭୟରେ ବ୍ୟବସାୟୀମାନେ ସବୁ ଦୋକାନ ବଜାର ବନ୍ଦ କରନ୍ତୁ ନାହିଁ। ଶପିଂ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଥିବାବେଳେ ସେଠାରେ ଥିବା କ୍ଷୀର, ଫଳ, ପନିପରିବା, ଗ୍ରୋସରୀ ଦୋକାନ ଖୋଲା ରହିବ। ଏହାସହ ସହରରେ ଥିବା ଛୋଟ ଛୋଟ ଲୁଗା ଓ ଅନ୍ୟାନ୍ୟ ଦୋକାନ ଖୋଲା ରହିବ। କାରଣ ସେଠାରେ ଗହଳି ସେପରି ନ ଥିବାରୁ କରୋନା ଭାଇରସ୍‌ ସଂକ୍ରମଣ ସମ୍ଭାବନା କମ୍‌। ସାମାଜିକ ଦାଇତ୍ୱବୋଧ ଆମ ସମସ୍ତଙ୍କ ଉପରେ ନିର୍ଭର କରେ। ନିଜ ସହ ଅନ୍ୟମାନଙ୍କ ସୁରକ୍ଷା ସଂକ୍ରାନ୍ତରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ସତର୍କ ରହିଲେ ହିଁ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିପାରିବା। ଅଯଥା ଭୟଭୀତ ହୋଇ ଅଧିକ ସାମଗ୍ରୀ କିଣିବାର କୌଣସି ଆବଶ୍ୟକତା ନାହିଁ ବୋଲି ଷଡ଼ଙ୍ଗୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ସେହିଭଳି ବାହାଘର କଟକଣା ମାନିବାକୁ ପୋଲିସ କମିଶନର ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବାହାଘର କରୁଥିଲେ କେବଳ ନିଜ ସମ୍ପକୀୟମାନଙ୍କୁ ବା କମ୍‌ ଲୋକଙ୍କୁ ସାମିଲ କରନ୍ତୁ। କରୋନା ପ୍ରଭାବ କମିବା ପର୍ଯ୍ୟନ୍ତ ରିସେପ୍‌ଶନକୁ ଘୁଞ୍ଚାଇ ଦିଅନ୍ତୁ। ଏହାସହ ନିଜ ଘରକୁ ଏକାଧିକ ଅତିଥିଙ୍କୁ ଡାକନ୍ତୁ ନାହିଁ। ଜରୁରୀ କାର୍ଯ୍ୟ ପାଇଁ ଆସୁଥିଲେ ଘରକୁ ଯିବା ପୂର୍ବରୁ ସେମାନଙ୍କ ହାତ ଧୋଇବାକୁ କୁହନ୍ତୁ। ସେହିଭଳି ଯେଉଁମାନେ ଜରୁରୀ ପାଇଁ ଆରଟିଓ ଅଫିସକୁ ଯାଉଛନ୍ତି ସେମାନେ ପରସ୍ପରଠାରୁ ଗୋଟିଏ ଫୁଟ ଦୂରତା ରଖନ୍ତୁ। ଏହାସହ ଅଯଥାରେ ମାସ୍କ ପିନ୍ଧନ୍ତୁ ନାହିଁ। ଯେଉଁମାନେ ଥଣ୍ଡା, କାଶ, ଜ୍ୱରରେ ପୀଡିତ ଅଛନ୍ତି ଓ କରୋନା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁନ୍ତି ସେମାନେ ମାସ୍କ ପିନ୍ଧନ୍ତୁ। ଜଣେ ସୁସ୍ଥ ଲୋକ ମାସ୍କ ପିନ୍ଧି କଳାବଜାରିଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ଲୋକେ ନିଜେ ସଚେତନ ରହି ଭିଡ଼ରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ କମିଶନର କହିଛନ୍ତି, ଥାନାଗୁଡିକରେ ହାତ ଧୋଇବା ବ୍ୟବସ୍ଥା କରିବା ସହ କର୍ମଚାରୀଙ୍କୁ ସାନିଟାଇଜର ଓ ମାସ୍କ ଲଗାଇବା ପାଇଁ କୁହାଯାଇଛି। ଏଥପାଇଁ ଥାନାଗୁଡିକୁ ଅର୍ଥ ମଧ୍ୟ ଯୋଗାଇ ଦିଆଯାଇଛି। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମଧ୍ୟ ହାତ ଧୋଇ ପ୍ରବେଶ କରିବାକୁ କୁହାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri