ମଲାଲା ଆକ୍ରମଣକାରୀ ଜେଲ୍‌ରୁ ଚମ୍ପଟ

ଇସ୍‌ଲାମାବାଦ,୭-୨(ଆଇଏଏନ୍‌ଏସ୍‌):ନାରୀ ଶିକ୍ଷାର ପ୍ରସାର ପାଇଁ ପାକିସ୍ତାନରେ ସଚେତନତା ସୃଷ୍ଟି କରୁଥିବା ମଲାଲା ୟୁସୁଫଜାଇ ଏବଂ ପେଶାଓ୍ବର ସେନା ସ୍କୁଲରେ ଆକ୍ରମଣ କରିଥିବା ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ମୁଖପାତ୍ର ଏହସାନୁଲ୍ଲା ଏହସାନ ଜେଲ୍‌ରୁ ଖସିପଳାଇଛନ୍ତି। ଆତଙ୍କବାଦୀ ଏହସାନ ତାଙ୍କ ସ୍ତ୍ରୀ ଓ ଦୁଇଝିଅଙ୍କ ସହିତ ସେନା ଓ ଗୋଇନ୍ଦା ସଂସ୍ଥା ହାଜତରେ ରହିଥିଲେ। ଗତମାସ ୧୧ରେ ସେମାନେ ସେଠାରୁ ଖସି ପଳାଇଥିବା ଏକ ଅନ୍‌ଲାଇନ ମେସେଜିଂ ପ୍ଲାଟଫର୍ମ ମାଧ୍ୟମରେ ଏହସାନ ସୂଚନା ଦେଇଛନ୍ତି। ୧୨ରେ ଏ ସମ୍ପର୍କରେ ସେନା ଜାଣିବା ପରେ ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ଥିବା ତାଙ୍କ ଗାଁରେ ଚଢ଼ାଉ କରିଥିଲେ ମଧ୍ୟ ପାଇ ନ ଥିଲା। ତାଙ୍କ ବାପା ଓ ଦୁଇ ଭାଇଙ୍କୁ ସେନା ଗିରଫ କରି ନେଇ ପଚରାଉଚରା କରୁଛି।
Share