ମଲାଇକା, କରିନାଙ୍କୁ ଟପିଲେ ଓ୍ବାରିନା

ଖୁବ୍‌ଶୀଘ୍ର ପରଦାକୁ ଅରସୁଛି ସଲମାନ ଖାନଙ୍କ ଅଭିନୀତ ଦବଙ୍ଗ-୩। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ରିଲିଜ୍‌ ହେବା ପୂର୍ବରୁ ଫିଲ୍ମର ଗୀତଗୁଡିକ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ମୁନ୍ନା ବଦ୍‌ନାମ୍‌ ହୁଆ ଗୀତଟି ଏବେ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ପୂର୍ବରୁ ଦବଙ୍ଗ ଏବଂ ଦବଙ୍ଗ-୨ରେ ଆଇଟମ୍‌ ନଂ କରି ଚର୍ଚ୍ଚାକୁ ଆସିଥିବା ମଲାଇକା ଆରୋରା ଏବଂ କରିନା କପୁରଙ୍କ ଟପିଯାଇଛନ୍ତି ଦବଙ୍ଗ-୩ରେ ଆଇଟମ୍‌ ନଂ କରଥିବା ଓ୍ବାରିନା ହୁସେନ। ତାଙ୍କ ଡ୍ୟାନ୍ସକୁ ଦର୍ଶକ ପ୍ରଶଂସା କରିଛନ୍ତି। ଦବଙ୍ଗ ଫିଲ୍ମର ମୁନ୍ନି ବଦନାମ ହୁୟି..ଗୀତଟି ଦର୍ଶକଙ୍କଠାରେ ବେଶ ଲୋକପ୍ରିୟ ହୋଇଥିବାବେଳେ ଦବଙ୍ଗ-୩ରେ ମୁନ୍ନି ନୁହେଁ, ‘ମୁନ୍ନା ବମ୍ନାମ ହୁଆ’ ଗୀତ ରହଛି। ଏହି ଗୀତରେ ସଲମାନଙ୍କ ସହ ନଜର ଆସିଛନ୍ତି ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା। ସଲମାନ ଏବଂ ପ୍ରଭୁଦେବା ବ୍ୟତୀତ ଏହି ଗୀତରେ ଓ୍ବାରିନା ହୁସେନ ମଧ୍ୟ ଅଭିନୟ କରିଛନ୍ତି। ଗୀତଟି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ଲାଭ କରିବ ବୋଲି ଆଶା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ। ଏହି ଗୀତଟିକୁ କମ୍ପୋଜ କରିଛନ୍ତି ହିଟ ଯୋଡି. ସାଜିଦ-ନାଜିଦ। ଏଥର ପୋଲିସବାଲା ଗୁଣ୍ଡା ହୋଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି ଚୁଲବୁଲ ପାଣ୍ଡେ ବା ସଲମାନ ଖାନ। ଦବଙ୍ଗ-୩ରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଦୁଇ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବେ। ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବ୍ୟତୀତ ଏହି ଫିଲ୍ମରେ ନବାଗତା ସାଇ ମଙ୍ଗେସ୍କରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଅନ୍ୟପକ୍ଷରେ ଦକ୍ଷିଣ ଫିଲ୍ମ ଜଗତର ଅଭିନେତା ସୁଦିପ ଖଳନାୟକ ଭୂମିକାରେ ନଜର ଆସିବେ। ପ୍ରଭୁଦେବା ଦବଙ୍ଗ-୩ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନଙ୍କ ଭାଇ ଅରବାଜ ଖାନ। ଆସନ୍ତା ଡିସେମ୍ବର ୨୦ ଖ୍ରୀଷ୍ଟମାସ ଅବସରରେ ବଡ ପରଦାରେ ଫିଲ୍ମଟି ରିଲିଜ ହେବ।

Share