ମଲାଇକାଙ୍କ ଫଟୋ ଦେଖି କେଡିଟ୍‌ ମାଗିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ଆଇଟମ୍‌ ଗାର୍ଲ ତଥା ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟିଂ କରୁଛନ୍ତି। ଦୁହିଁଙ୍କୁ ନେଇ ବି ଟାଉନରେ ସବୁବେଳେ ଚର୍ଚ୍ଚା ଲାଗିରହିଛି। ଚଳିତ ଦିନରେ ଏହି ଲଭବାର୍ଡ ଏକାସାଙ୍ଗରେ ନୁୟର୍କରେ ସମୟ ବିତାଉଛନ୍ତି। ମଲାଇକା ଲଗାତାର ଭାବେ ଭେକେସନର ଫଟୋଗୁଡିକୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ମଲାଇକାଙ୍କ ସବୁ ଫଟୋ ଭାଇରାଲ ହେଉଥିବା ବେଳେ ଏବେ ସେ ଆଉ ଏକ ଫଟୋକୁ ଶେୟାର କରିଛନ୍ତି। ଏହି ଫଟୋରେ ମଲାଇକାର ହ୍ବାଇଟର କ୍ରପ ଟପ୍‌ ସହ ମଲ୍‌ଟି କଲରର ଜ୍ୟାକେଟ ପିନ୍ଧିଥିବା ନଜର ଆସିଛନ୍ତି। ଏଥିରେ ସେ ଜଲି ମୁଡରେ ଥିବା ବେଳେ ବିନ୍ଦାସ ଷ୍ଟାଇଲ୍‌ରେ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଗେଟ୍‌ ଅପ୍‌ ତାଙ୍କୁ ଗ୍ଲାମରସ ଲୁକ୍‌ ଦେଉଛି। ତେବେ ଶେୟାରର କିଛି ସମୟ ପରେ ଅର୍ଜୁନ କମେଣ୍ଟରେ ଫଟୋ କ୍ରେଡିଟ୍‌ ଲେଖି ପ୍ରଶ୍ନବାଚକ ଦେଇଛନ୍ତି। ବିଭିନ୍ନ ସମୟରେ ଅର୍ଜୁନ ମଲାଇକାଙ୍କ ଫଟୋରେ ମଜାଳିଆ କମେଣ୍ଟ ଦେଉଥିବା ଦେଖିବାକୁ ମିଳେ। ଶୁଣାଯାଉଛି ଖୁବ୍‌ ଶୀଘ୍ର ଉଭୟ ପରସ୍ପରଙ୍କୁ ନିଜର ଜୀବନ ସାଥୀ କରିବାକୁ ଯାଉଛନ୍ତି।

Share