Categories: ଜାତୀୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ମୃତ

ଚେନ୍ନାଇ, ୨୦।୨: ତାମିଲନାଡୁର ତିରୁପୁର ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କେରଳ ରାଜ୍ୟ ପରିବହନ ବସ୍‌ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୨୦ ଜଣଙ୍କ ଜୀବନ ଚାଲିଛି। ଗୁରୁବାର ସକାଳୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୧୪ ଜଣଙ୍କ ପୁରୁଷ ଥିବାବେଳେ ୬ ଜଣ ମହିଳା ଅଛନ୍ତି। ଏକ ବେସରକାରୀ ବସ୍‌ ଜରିଆରେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀବାହୀ ବସ୍‌ଟି ବେଙ୍ଗାଲୁରୁରୁ ଥିରୁଭାନନ୍ଥପୁରମ୍‌ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବସ୍‌ରେ ମୋଟ ୪୦ ଜଣ ଯାତ୍ରୀ ଥିଲେ। ୧୯ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ହସ୍ପିଟାଲରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି।

Share