ମର୍ଣ୍ଣିଓ୍ବାକ୍‌ ପରେ ପାଦତଳ ଦରଜ ଠିକ୍‌ କରେ ସୋରିଷ

ଦୀର୍ଘ ସମୟ ଧରି ଠିଆ ହେଲେ ଅବା ବସି ରହିଲେ ପାଦତଳ ଦରଜ ହୋଇଥାଏ। ବେଳେବେଳେ ପାଦ ଫୁଲି ଯାଇଥାଏ। ଫଳରେ ଚାଲିବା ବୁଲିବାରେ କଷ୍ଟ ହୋଇଥାଏ। କିଛି ଘରୋଇ ଉପଚାର ମାଧ୍ୟମରେ ଏସବୁ ସମସ୍ୟା ସମାଧାନ କିପରି ହେବ ଜାଣିବା ସେ ସମ୍ପର୍କରେ…
-ଗୋଟିଏ ବାଲ୍ଟି ଗରମ ପାଣି ନେଇ ସେଥିରେ ଦୁଇ ଚାମଚ ସୋରିଷ, ଅଳ୍ପ ସୈନ୍ଧବ ଲୁଣ ମିଶାଇ ସେହି ପାଣିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଗୋଡ ବୁଡାଇ ରଖିଲେ ଆରାମ ମିଳିଥାଏ। ସପ୍ତାହକୁ ଏହିପରି ୨/୩ ଥର କଲେ ଭଲ।
-ପାଦ ଦରଜ ହେଲେ ସୋରିଷକୁ ଗୁଣ୍ଡ କରି ଏକ ବାଲ୍ଟି ଉଷୁମ ପାଣିରେ ମିଶାଇ ସେଥିରେ ପାଦ ବୁଡାଇ ରଖିଲେ ଆରାମ ମିଳିଥାଏ।
-ସେହିପରି ପାଦ ବା ଗୋଡ ଦରଜ ହୋଇଥିଲେ ବରଫର ଛୋଟ ଖଣ୍ଡ ଗୁଡିକୁ ଏକ କପଡାରେ ବାନ୍ଧି କିଛି ସମୟ ଗୋଡ ବା ପାଦରେ ଘଷିଲେ ପାଦ ଦରଜ ଠିକ୍‌ ହୋଇଥାଏ।