ମରିୟମଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଜାମିନ ମିଳିଛି। ସୋମବାର ଲାହୋର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ଚୌଧୁରୀ ସୁଗାର ମିଲ୍‌ ମାମଲାରେ ତାଙ୍କୁ ଏହି ଜାମିନ ମିଳିଥିବା ପ୍ରକାଶ। ପାକିସ୍ତାନ ମୁସଲିମ ଲିଗ୍‌(ନଓ୍ବାଜ)ର ଭାଇସ୍‌ ପ୍ରେସିଡେଣ୍ଟ ଥିବା ମରିୟମଙ୍କୁ ଏକ ଦୁଇ ଜଣିଆ ଖଣ୍ଡପୀଠ ଏହି ଜାମିନ ପ୍ରଦାନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମରିୟମଙ୍କ ପିତା ନଓ୍ବାଜ ଶରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ ତାଙ୍କ ପାଖରେ ରହିବାକୁ ନେଇ ଜାମିନ ଆବେଦନ କରିଥିଲେ। ଏବେ ତାଙ୍କୁ ହ୍ୟୁମାନିଟେରିଆନ୍‌ ବେସିସ୍‌ରେ ଏହି ଜାମିନ ପ୍ରଦାନ କରାଯାଇଛି। ଏବେ ସେ ତାଙ୍କ ପିତାଙ୍କ ପାଖରେ କିଛି ସମୟ କାଟିପାରିବେ। ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଜେଲ୍‌ରେ ଥିବା ନଓ୍ବାଜଙ୍କୁ ଚିକିତ୍ସା ଲାଗି କିଛିଦିନ ତଳେ ଜାମିନ ପ୍ରଦାନ କରାଯାଇଥିଲା। ନଓ୍ବାଜଙ୍କର ହୃଦଘାତ ସମସ୍ୟା ଥିବା ବେଳେ ଏବେ ସେ ଗୁରୁତର ଥିବା କୁହାଯାଏ।

Share