ମରାମତି ହେଉନି ଟ୍ରାନ୍ସଫର୍ମର: ୬ ମାସ ହେଲା ଅନ୍ଧାରରେ ମଲ୍ଲାର ବସ୍ତିବାସିନ୍ଦା

ସୁକିନ୍ଦା,୨୩ା୫(ଡି.ଏନ.ଏ.)-ଦିନେ କିମ୍ବା ମାସେ ନୁହେଁ ଦୀର୍ଘ ୬ମାସ ହେବ ଅନ୍ଧାରରେ କାଳାତିପାତ କରୁଛନ୍ତି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ମୁଳଖମ୍ବ ଗ୍ରାମରେ ଥିବା ବିରଳ ଜନଜାତି ମଲ୍ଲାର ବସ୍ତିବାସିନ୍ଦା। ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ସେମାନେ ଏପରି ଅସୁବିଧା ଭୋଗ କରୁଛନ୍ତି। ତେଣୁ ଯଦି ଆଗାମୀ ଦିନରେ ବିଦ୍ୟୁତ୍‌ ସଂଯୋଗ ଦିଆ ନ ଯାଏ ବସ୍ତିବାସିନ୍ଦା ସ୍ଥାନୀୟ ବିଧାୟକଙ୍କୁ ଅବଗତ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବସ୍ତିବାସିନ୍ଦାଙ୍କୁ ବିନାମୂଲ୍ୟରେ ବିଦ୍ୟୁତ୍‌ ସଂଯୋଗ ମିଳିଥିଲା। ସଂଯୋଗୀକରଣର କିଛି ଦିନ ପର୍ଯ୍ୟନ୍ତ ବିନାମୂଲ୍ୟରେ ଉପଭୋକ୍ତା ବିଦ୍ୟୁତ୍‌ ବ୍ୟବହାର କରିଥିଲେ। କିନ୍ତୁ ପରେ ମାସକୁ ୩୦, ୬୦ ଓ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା। ବସ୍ତିବାସିନ୍ଦା ମଧ୍ୟ ବିଲ ପୈଠ କରିଆସୁଥିଲେ। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ମିଟର ବସାଯାଇ ବିଲ ସଂଗ୍ରହ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଯେଉଁମାନେ ମିଟର ରିଡିଂ ଅନୁସାରେ ଲୋକଙ୍କଠାରୁ ଚାରି ପାଞ୍ଚ ମାସର ବିଲ୍‌ ଆଦାୟ କଲେ ସେମାନେ ରଶିଦ ଦେଲେନାହିଁ। ଏହାରି ମଧ୍ୟରେ ଅଚାନକ ବର୍ଷା ପବନ ହେବାରୁ ବସ୍ତିବାସିନ୍ଦାଙ୍କ ପାଇଁ ବସିଥିବା ଟ୍ରାନ୍ସଫର୍ମରର ଦୁଇଟି ଶଙ୍ଖ ଜଳି ଯିବା ସହ ଫ୍ୟୁଜ୍‌ ଉଡିଯାଇଥିଲା। ସେ ସମୟରେ ବିଭାଗୀୟ କର୍ମଚାରୀ ଆସି ମରାମତି କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବସ୍ତିବାସିନ୍ଦା ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଉଥିଲେ ହେଁ ମରାମତି ସମ୍ଭବ ହୋଇ ପାରୁନାହିଁ। ବିଭାଗ ପକ୍ଷରୁ ବକେୟା ବିଲ ପୈଠ କଲେ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରାଯିବ ବୋଲି କୁହାଯାଉଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ବସ୍ତିବାସିନ୍ଦା ଶ୍ରମିକ ଶ୍ରେଣୀର ହୋଇଥିବାରୁ ଲକ୍‌ଡାଉନ ସମୟରେ ବକେୟା ପୈଠ କରିବାକୁ ଅସମର୍ଥ ପ୍ରକାଶ କରିଛନ୍ତି। ତେଣୁ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସୁକିନ୍ଦା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଅହମ୍ମଦ ଆଜାନ୍‌ କହିଛନ୍ତି, ବସ୍ତିବାସିନ୍ଦା ବକେୟା ରାଶି ପୈଠ କରିବା ପରେ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri