Categories: ଜାତୀୟ

ମରାଠା ସଂରକ୍ଷଣ ବୈଧ, ୧୩%ରେ ସୀମିତ ରଖାଯାଉ: ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୮।୬(ପି.ଟି.):ସରକାରୀ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟ ଲାଗି ସ୍ଥାନ ସଂରକ୍ଷଣ ଦାବିର ସାମ୍ବିଧାନିକ ବୈଧତା ରହିଛି ବୋଲି ଗୁରୁବାର ବମ୍ବେ ହାଇକୋର୍ଟ କହିଛନ୍ତି। ତେବେ ୧୬ ପ୍ରତିଶତ କୋଟା ଦାବି କରିବା ଠିକ୍‌ ନୁହେଁ। ଏହାକୁ ୧୨ରୁ ୧୩ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ସୁପାରିସ୍‌ ଅନୁଯାୟୀ ସଂରକ୍ଷଣ ସୀମିତ ରହିବା ଉଚିତ ବୋଲି ଜଷ୍ଟିସ୍‌ ରଞ୍ଜିତ ମୋରେ ଏବଂ ଭାରତୀ ଡାଙ୍ଗ୍ରେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଆୟୋଗ ଶିକ୍ଷାକ୍ଷେତ୍ରରେ ୧୨% ଓ ନିଯୁକ୍ତିରେ ୧୩ ପ୍ରତିଶତ ସଂରକ୍ଷଣ ଲାଗି ପୂର୍ବରୁ ସୁପାରିସ୍‌ କରିଥିଲେ। ରାଜ୍ୟ ସରକାର ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି)ଙ୍କ ଲାଗି ସ୍ବତନ୍ତ୍ର ବର୍ଗ ସୃଷ୍ଟି କରି ସଂରକ୍ଷଣ ସୁବିଧା ଯୋଗାଇ ଦେବାକୁ ହାଇକୋର୍ଟ କହିଛନ୍ତି। ଅଦାଲତଙ୍କ ରାୟକୁ ମହାରାଷ୍ଟ୍ରର ଶାସକ ଭାଜପା-ଶିବସେନା ପକ୍ଷରୁ ସ୍ବାଗତ କରାଯାଇଛି।

Share