‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ଦ କପିଲ ଶର୍ମା ଶୋ’ର ଆକର୍ଷଣ ସାଜିଥିବା କ୍ରିଷ୍ଣା ଅଭିଶେକଙ୍କ ଅଭିନୀତ ଫିଲ୍ମ ‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର ରିଲିଜ୍‌ ହୋଇଛି। ନିକଟରେ ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ଦ୍ୱିତୀୟ ପୋଷ୍ଟରରେ କ୍ରିଷ୍ଣା ଅଭିଶେକଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରୁଥିବା ରୁଷଭ ଚୌହାନ ନଜର ଆସିଛନ୍ତି। ଆସନ୍ତା ୨୯ ତାରିଖରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବ ବୋଲି ନିର୍ମାତା ସୂଚନା ଦେଇଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ କଶ୍ମୀରା ଶାହ ନିର୍ଦ୍ଦେଶନା ଦୁନିଆରେ ପାଦ ରଖିଛନ୍ତି। କଶ୍ମୀରା ହେଉଛନ୍ତି କ୍ରିଷ୍ଣାଙ୍କ ସ୍ତ୍ରୀ। ସେ କହିଛନ୍ତି ପରଦାରେ କ୍ରିଷ୍ଣା ଦର୍ଶକଙ୍କୁ ହସାନ୍ତି ସତ ହେଲେ ମୁଁ ଘରେ ସମସ୍ତଙ୍କୁ ବେଶି ହସାଇଥାଏ।

Share