ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର: ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଲେ ୩ ବଙ୍ଗୀୟ ଯୁବକ

ପୁରୀ ଅଫିସ,୧୬।୧୦: ଏବେ ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର। ପ୍ରଶାସନର ଅବହେଳା ଯୋଗୁ ସମୁଦ୍ରରେ ଗାଧୋଇ ପର୍ଯ୍ୟଟକମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ଆହତ ମଧ୍ୟ ହେଉଛନ୍ତି।
ପୁଣି ସେମିତି ଏକ ଘଟଣା ବୁଧବାର ଦେଖିବାକୁ ମିଳିଛି। ସମୁଦ୍ରରେ ୩ ବଙ୍ଗୀୟ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡିଯାଇଥିଲେ। ଖବର ପାଇ ସେଠାରେ ଉପସ୍ଥିତ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସରସ୍ବତୀ ବାନାର୍ଜୀ, ଦେଦ୍ୟୁତି ବାନାର୍ଜୀ ଓ ପ୍ରବାହ ଚକଳଦର।
ସୂଚନାଯୋଗ୍ୟ, ମଙ୍ଗଳବାର ହୋଟେଲ ଶଙ୍କୁନ୍ତଳା ସମ୍ମୁଖରେ ସ୍ନାନ କରୁଥିବା ବେଳେ ଉତ୍ତରପ୍ରଦେଶର ୨ ଯୁବକ ଭାସିଯାଇଥିଲେ। ବୁଧବାର ସେମାନଙ୍କ ପରିବାର ଲୋକେ ପହଞ୍ଚି ସମୁଦ୍ର କୂଳ ଥାନାରେ ଅଭିଯୋଗ କରିଛନ୍ତି । ଅଗ୍ନିଶମ କର୍ମଚାରୀ ନୂଆ ନଈଠାରେ ଖୋଜାଖୋଜି ଜାରି ରଖିଛନ୍ତି।