ମମତା ଆଗରେ ଅସହାୟ ମା’ : ଆଜି ବିଶ୍ୱ ମାତୃ ଦିବସ

କେନ୍ଦୁଝର, ୧୨ା୫ (ସ୍ବ.ପ୍ର.)-ଏ ମହିଳାଙ୍କୁ ଦୁନିଆ କହେ ମା’। ମୁଣ୍ଡରେ ପରିବାରର ବୋଝ। କାନିରେ ବନ୍ଧା ହୋଇଛି ମମତାର ଫୁଲ କଢ଼ି। ଗୋଟିଏ ପଟେ ଦାୟିତ୍ୱ, ଆଉ ଗୋଟିଏ ପଟେ ନିଚ୍ଛକ ମମତା। କହିଲେ ଦେଖି କେଡ଼େ ବିଚିତ୍ର ଏଇ ସମୀକରଣ। ଆକାଶର ଖରା ତାକୁ ବାଧେନି। ତତଲା ମାଟିରେ ପାଦ ଫୋଟକା ହେଲେ ବି ସହିଯାଏ ସେ। ସବୁ ସେଇ କଅଁଳା ଛୁଆଟି ପାଇଁ। ଅନ୍ତଫାଡ଼ି ଜନ୍ମ ଦେଇଛି ପରା। ତାକୁ ବା ଘରେ ଛାଡ଼ି ଆସନ୍ତା କେମିତି କହିଲେ। ଏ ଚିତ୍ର ହେଉଛି ରତ୍ନଗର୍ଭା କେନ୍ଦୁଝର ଜିଲାର।
ମା’ ଓ ଶିଶୁର ଯତ୍ନ ଏବଂ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରିବା ସହ ଯୋଜନା କରିଛନ୍ତି। କିନ୍ତୁ ସେସବୁ କେତେ କାମରେ ଲାଗୁଛି ତାହା ସମସ୍ତଙ୍କୁ ଜଣା ା କେନ୍ଦୁଝର ସହରକୁ ପାହାଡ ଅଞ୍ଚଳରୁ ବହୁ ଆଦିବାସୀ ମହିଳା ସେମାନଙ୍କ ସଂଗୃହୀତ ବନଜାତ ଦ୍ରବ୍ୟ ଓ ସାମଗ୍ରୀ ଆଣି ବିକ୍ରିବଟା କରିଥାନ୍ତି। ଘରେ କେହି ନ ଥିବାରୁ ଏବଂ ଶିଶୁର ଯତ୍ନ ନେବା ପାଇଁ କେହି ନ ଥିବାରୁ ମା’ ଶିଶୁ ଟିକୁ ଧରି ବଜାରକୁ ଧାଇଁ ଆସିଥାଏ ା ସାମଗ୍ରୀ ବିକିଲେ ଦୁଇ ପଇସା ପାଇବ। ରାସ୍ତା କଡରେ ଖରାରେ ଧୂଳିଧୂଆଁ ପରିବେଶରେ ମା’ଟି ଶିଶୁ ଟିକୁ ଧରି ଗ୍ରାହକକୁ ଅପେକ୍ଷା କରିବା ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରିଥାଏ। କେନ୍ଦୁଝର ସହରରେ ଆଶ୍ରୟସ୍ଥଳୀ ବା କ୍ରେଚ ନ ଥିବାରୁ ଶିଶୁଟିକୁ କିଛି ସମୟ ଛାଇରେ ଆଶ୍ରୟ ଦେଇ ନ ପାରି ଖରାରେ ଶୁଆଇ ଗ୍ରାହକ ଅପେକ୍ଷାରେ ଥାଏ।
କେନ୍ଦୁଝର ଜିଲା ମୁଖ୍ୟାଳୟରେ ଏଭଳି ଚିତ୍ର ଦୈନିକ ଦେଖିବାକୁ ମିଳେ। କିନ୍ତୁ ଏଥିପାଇଁ ପ୍ରଶାସନିକ ସ୍ତରରେ କିମ୍ବା ସାମାଜିକ ସ୍ତରରେ କାହାରି ଆନ୍ତରିକତା ଥିବା ମନେ ହୁଏ ନାହିଁ। ମୁଣ୍ଡରେ ବୋଝ ଓ କାଖରେ କଅଁଳା ଶିଶୁକୁ ଦେଖିଲେ ମା’ର ଅସହାୟତା ବେଶ ଜଣାପଡେ। ସ୍ନେହ ଆଦରର ଶିଶୁକୁ ଏକୁଟିଆ ଘରେ ଛାଡି ପାରୁନଥିବା ମାଟି ରାସ୍ତା କଡରେ ଶିଶୁକୁ ଖାଦ୍ୟ ଦେଇଥାଏ। ମୁଣ୍ଡରେ କାଠର ବୋଝ ଧରି ପାହାଡରୁ ୧୦/୧୨ କି.ମି. ଚାଲି ଚାଲି ଆସନ୍ତି। କାଖରେ ଗାମୁଛାରେ ବନ୍ଧା ହୋଇଥାଏ ତାହାର ଅମୂଲ୍ୟ ସନ୍ତାନ। ଖରା ବର୍ଷା ହେଲେ ପଣତକାନୀକୁ ଘୋଡାଇଦେଇଥାଏ। ବଜାରରେ କାଠ ବିକିଲେ ଦାନ୍ତ ଘସି ଟିକେ କଣ ଖାଇଥାନ୍ତି। ଛୁଆକୁ ଖାଇବାକୁ ଦେଇ ଘରକୁ ଫେରିଥାଏ। ଏଣୁ ସେମାନଙ୍କ ପାଇଁ ଜିଲା ମୁଖ୍ୟାଳୟରେ ଆଶ୍ରୟ ଘର ଓ ଶିଶୁ ମାନଙ୍କ ପାଇଁ କ୍ରେଚ ନିର୍ମାଣ କରାଗଲେ ସେମାନେ ବହୁ ଉପକୃତ ହୋଇ ପାରନ୍ତେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri