Categories: ଜାତୀୟ

ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

କୋଲକାତା, ୭।୬: ଗତ ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି। ସଚିବାଳୟ ପ୍ରାୟ ୯୦ ମିନିଟ ଧରି ପ୍ରଶାନ୍ତଙ୍କ ସହ ଆଲୋଚନା କରିଥିଲେ ମମତା। ଏହି ସମୟରେ ଦଳ ପରାଜୟର କାରଣ ଖୋଜିବା ସହ ଆଗାମୀ ୨୦୨୧ ନିର୍ବାଚନରେ ଟିଏମସିର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପଶ୍ଚିମବଙ୍ଗରେ ଭାଜପାକୁ ରୋକିବା ପାଇଁ ମମତା ଆଗୁଆ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଆସନ ମଧ୍ୟରୁ ଟିଏମସି ୨୨ଟି ଏବଂ ଭାଜପା ୧୮ଟିରେ ବିଜୟ ହାସଲ କରିଥିଲା। ୨୦୧୪ ତୁଳନାରେ ଟିଏମସିକୁ ୧୨ଟି ଆସନ କମ୍‌ ମିଳିଥିବାବେଳେ ସେହି ୧୨ଟି ଆସନ ଭାଜପା ଖାତାକୁ ଯାଇଛି। ତେଣୁ ଭାଜପା ଏବେ ପଶ୍ଚିମବଙ୍ଗ ହାତେଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ମମତା ତାକୁ ରୋକିବା ପାଇଁ ପ୍ରଶାନ୍ତ କିଶୋରଙ୍କ ସହାୟତା ଲୋଡିଛନ୍ତି।

Share