ମନ ଜିଣିଲେ ‘ସୁପର ୨୨’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଗୋଡ଼ ନ ଥାଇ ବି ନାଚିବାର ଇଚ୍ଛା। ହାତ ନ ଥାଇ ବି ଅଭିନୟ କରିବାର ଇଚ୍ଛା। କଥା କହି ନ ପାରିଲେ ବି ଅନ୍ୟକୁ ହସାଇବାର ଇଚ୍ଛା। ଦିବ୍ୟାଙ୍ଗ ହେଲେ ବି ନିଜ ଦକ୍ଷତା ବଳରେ କିଛି ନୂଆ ଓ ଭିନ୍ନ କରିବାର ଇଚ୍ଛା। ଏଭଳି ଦୃଢ଼ ମନୋବଳ ନେଇ ମଞ୍ଚକୁ ଓହ୍ଲାଇଥିଲେ ଟିମ୍‌ ‘ସୁପର ୨୨’। ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ତାଙ୍କ ଦଳ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ସ୍ମାଇଲ୍‌ ପ୍ଲିଜ୍‌’ ପକ୍ଷରୁ ଆୟୋଜିତ ‘ସୁପର ୨୨’ ଶୋ’ରେ ଦର୍ଶକ ଦେଖିବାକୁ ପାଇଥିଲେ ରାଜ୍ୟର ବଛା ବଛା ପ୍ରତିଭାବାନ୍‌ ଦିବ୍ୟାଙ୍ଗ କଳାକାରମାନଙ୍କ କଳାନୈପୁଣ୍ୟ। ନୃତ୍ୟରୁ ଆରମ୍ଭକରି ଅଭିନୟ ପର୍ଯ୍ୟନ୍ତ ବିଭିନ୍ନ ମାଧ୍ୟମରେ ଦିବ୍ୟାଙ୍ଗମାନେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ।
ମନୋରଞ୍ଜନ ତଥା ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଚରିତ୍ରରେ ପ୍ରତିଭାବାନ୍‌ ଦିବ୍ୟାଙ୍ଗମାନଙ୍କୁ ଅଭିନୟ କରିବାର ସୁଯୋଗ ଦେବା ଲକ୍ଷ୍ୟରେ ସୋମବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଥିଲା ଭିନ୍ନସ୍ବାଦର କାର୍ଯ୍ୟକ୍ରମ ‘ସୁପର ୨୨’। ‘ସ୍ମାଇଲ୍‌ ପ୍ଲିଜ୍‌’ ପକ୍ଷରୁ ଅଡିଶନ୍‌ ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବଛାଯାଇଥିବା ୨୨ଜଣ ଦିବ୍ୟାଙ୍ଗ ନିଜ ଭିତରେ ଥିବା କଳାକୁ ବାହାରକୁ ଆଣିବାର ସୁଯୋଗ ପାଇଥିଲେ। ଭିନ୍ନକ୍ଷମ ହେଲେ ମଧ୍ୟ ସେମାନେ କିଛି ବି କରିବାକୁ ସକ୍ଷମ, ତାହାକୁ ପ୍ରମାଣିତ କରିଥିଲେ। ଏହି ଅବସରରେ ‘ସ୍ବାଭିମାନ’ର ମୁଖ୍ୟ ଶ୍ରୁତି ମହାପାତ୍ର, ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଦିଲୀପ ତୀର୍କି, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ବିଶିଷ୍ଟ ସ୍ଥପତି ତଥା ରାଜ୍ୟ ସଭା ସଦସ୍ୟ ରଘୁନାଥ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଦିବ୍ୟାଙ୍ଗମାନଙ୍କୁ ସମାଜ ଉଚିତ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ। ଏଭଳି ଏକ ପ୍ରୟାସ ପାଇଁ ସବ୍ୟସାଚୀଙ୍କୁ ସମସ୍ତେ ପ୍ରଶଂସା କରିବା ସହ ‘ସ୍ମାଇଲ୍‌ ପ୍ଲିଜ୍‌’ ଅନୁଷ୍ଠାନକୁ ନିଜ ଏମ୍‌ପି ଲାଡ୍‌ରୁ ୨୧ଲକ୍ଷ ଟଙ୍କା ଦେବାକୁ ରଘୁନାଥ ମହାପାତ୍ର ଘୋଷଣା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ କ୍ରୀଡାବିତ୍‌ ଦୂତୀ ଚାନ୍ଦ୍‌, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ, ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଅଭିନେତା ମିହିର ଦାସ, ବୁଦ୍ଧାଦିତ୍ୟ ଓ ଆକାଶ ଦାସ ନାୟକ, ସମ୍ବାଦ ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଓଟିଭି ସହ ପ୍ରତିଷ୍ଠାତା ଜଗି ମଙ୍ଗତ ପଣ୍ଡା, ମଧୁକୁଞ୍ଜ ଅଗରବତି ମୁଖ୍ୟ ବିକାଶ ଅଗ୍ରଓ୍ବାଲ ପ୍ରମୁଖ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ସହ ଟ୍ରଫି ଏବଂ ଗିଫ୍ଟହାମ୍ପର ପ୍ରଦାନ କରାଯାଇଥିଲା। ପୁରସ୍କୃତ କରିଥିବା ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ ଗ୍ରୀନ୍‌ ଚିଲିଜ୍‌ର କେଶବ ରାଓ, ଟରେଣ୍ଟ ଆଡଭର୍ଟାଇଜର୍ସ ଜିଜ୍ଞାଶିଷ ମହାପାତ୍ର, ପ୍ରଯୋଜକ ଟୁଟୁ ନାୟକ, ନିର୍ଦ୍ଦେଶକ ବସନ୍ତ ସାହୁ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ଭୂମିକା ଦାଶ, ବିଦ୍ୟୁସ୍ମିତା ଓ ସ୍ବପ୍ନା ପତି ପ୍ରମୁଖ। ସୁଲଗ୍ନା ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ନୃତ୍ୟ, ଅଭିନୟରେ ଦେଖାଇଲେ ପ୍ରତିଭା
ପ୍ରଥମ ପ୍ରସ୍ତୁତିରେ ପୋଲିଓରେ ଆକ୍ରାନ୍ତ ରାଉରକେଲାର ସୁନୀତା ସେଠୀ ଏବଂ ପିଣ୍ଟୁ ସେନାପତି ନିଜ ନୃତ୍ୟରେ ଦର୍ଶକଙ୍କୁ ଆଚମ୍ବିତ କରିବାପରେ ଦ୍ୱିତୀୟ ପ୍ରସ୍ତୁତିରେ ଦମ୍‌ଦାର ଅଭିନୟ ନେଇ ମଞ୍ଚକୁ ଆସିଥିଲେ ଆଦିତ୍ୟ ମହାନ୍ତି ଏବଂ ଶୁଭମ୍‌। ଫେସିଆଲ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇଥିବା ଆଦିତ୍ୟଙ୍କ ଅଭିନୟ ଉପସ୍ଥିତ ଦର୍ଶକଙ୍କର ଭରପୂର କରତାଳି ସାଉଁଟିଥିଲା। ଏହାପରେ ‘ବଡେମିଆଁ ଛୋଟେମିଆଁ’ ଗୀତର ତାଳରେ ତାଳ ମିଶାଇ ନାଚିଥିଲେ ଡ୍ବାର୍ଫିଜିମ୍‌ର ଶିକାର ହୋଇଥିବା ଲକ୍ଷ୍ମଣ ଏବଂ ପୂର୍ଣ୍ଣଚନ୍ଦ୍ର। କେବଳ ଏମାନେ ନୁହନ୍ତି, ଦୃଢ ଆମତ୍ବିଶ୍ୱାସ ସହିତ ବିଭିନ୍ନ ସାମାଜିକ ବାଧାବିଘ୍ନକୁ ପ୍ରତିହତ କରି ଏଭଳି ୨୨ଜଣ ପ୍ରତିଭା ନିଜ କଳାର ପ୍ରଦର୍ଶନ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ସୁକାନ୍ତ, ହରିହର, ଅନୁପମା, ତୃପ୍ତିମୟୀ, ଅଲ୍‌ତାଫ୍‌, ମଣ୍ଟୁ ଜେନା ଓ ଜୁଲି ପ୍ରମୁଖ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri