ମନ୍‌ସୁନ୍‌ ଡାଏଟ୍‌

ମନ୍‌ସୁନ୍‌ ଡାଏଟ୍‌କୁ ଟାଇଟ୍‌ ରଖିବା ନିହାତି ଜରୁରୀ। କାରଣ ବର୍ଷାରେ ଗରମରୁ ମୁକ୍ତି ମିଳିଥାଏ ସତ, କିନ୍ତୁ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହି ଋତୁରେ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇ ନ ଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡ଼େ। ସାମାନ୍ୟ ଅସାବଧାନତାରୁ ଭାଇରାଲ୍‌ ଫିବର, ଝାଡ଼ା, ବାନ୍ତି, ଟାଇଫଏଡ୍‌, ଥଣ୍ଡା, କାଶ ଆଦି ବିଭିନ୍ନ ରୋଗ ଦ୍ୱାରା ଆକ୍ରାନ୍ତ ହେବାକୁ ପଡ଼ିଥାଏ। ଏହିଦିନେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ବାସିଖାଦ୍ୟ ଓ ଦୂଷିତ ପାନୀୟ ଯୋଗୁ ନିଜର ବଂଶବିସ୍ତାର କରିଥାଆନ୍ତି। ସେଗୁଡ଼ିକ ଆମ ଶରୀରରେ ପ୍ରବେଶକରି ବିଭିନ୍ନ ରୋଗର କାରଣ ସାଜିଥାଆନ୍ତି।
ଡାଲି ଜାତୀୟ ଖାଦ୍ୟ
ଗହମ, ମକା, ଭଜା ବୁଟ, ଡାଲି ଆଦିକୁ ଖାଦ୍ୟତାଲିକାରେ ସାମିଲ କରନ୍ତୁ, ଯାହାକି ସ୍ବାସ୍ଥ୍ୟ ପ୍ରତି ଲାଭପ୍ରଦ। ପ୍ରୋଟିନ୍‌, ଲୌହ ଏବଂ ମ୍ୟାଗ୍ନେସିୟମ୍‌ଯୁକ୍ତ ଖାଦ୍ୟପଦାର୍ଥ ସେବନ ଦ୍ୱାରା ଶରୀରରେ ଇମ୍ୟୁନିଟି ପାଓ୍ବାରରେ ସୁଧାର ଆସିଥାଏ।
ସୁପାଚ୍ୟ ପନିପରିବା
ବର୍ଷାଦିନେ ସବୁଜ ପନିପରିବା ବଦଳରେ ହାଲ୍‌କା ସୁପାଚ୍ୟ ପନିପରିବା ଯେପରିକି ଲାଉ, ଜହ୍ନି, ଛଚିନ୍ଦ୍ରା, ଭେଣ୍ଡି, ଫ୍ରେଞ୍ଚ୍‌ ବିନ୍ସ ଆଦି ସେବନ କଲେ ପେଟ ସମ୍ବନ୍ଧିତ ସମସ୍ୟା ରହି ନ ଥାଏ। କଲରା, ମୂଳା, ମେଥି ଆଦି ପନିପରିବା ସଂକ୍ରମଣରୁ ରକ୍ଷା କରିଥାଏ। ଖାଦ୍ୟରେ ଅଦା, ରସୁଣ, ପୋଦିନା, ଧନିଆ, ଗୋଲମରିଚ, ହଳଦୀ, ହେଙ୍ଗୁ, ମେଥିଦାନା ଆଦିର ବ୍ୟବହାର ପାଚନ ଶକ୍ତି ବଢ଼ାଇଥାଏ। ପିଜୁଳି, ନାସ୍‌ପାତି, ଅମୃତଭଣ୍ଡା, ଷ୍ଟ୍ରବେରି, ଆମ୍ବ, ସେଓ, ଡାଳିମ୍ବ, କଦଳୀ ଭଳି ଭିଟାମିନ୍‌ ‘ସି’ଯୁକ୍ତ ଫଳମୂଳ ଖାଆନ୍ତୁ। ଏଥିରେ ମହଜୁଦ ଥିବା ନ୍ୟୁଟ୍ରିସନ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ ଶରୀରକୁ ସଂକ୍ରମଣରୁ ରକ୍ଷାକରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଦୂଷିତ ଜଳ ପିଅନ୍ତୁ ନାହିଁ
ଦୂଷିତ ପାଣି ପିଇବା ଦ୍ୱାରା ବର୍ଷାଦିନେ ଖୁବ୍‌ ଶୀଘ୍ର ରୋଗ ବ୍ୟାପିଥାଏ। ଜଳରେ ଥିବା ବ୍ୟାକ୍ଟେରିଆ ଆମ ଶରୀରରେ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ତେଣୁ ଫିଲ୍‌ଟର ହୋଇଥିବା ପାଣି ବା ଫୁଟାପାଣି ବ୍ୟବହାର କରନ୍ତୁ। ଏହିଦିନେ ତମ୍ବାପାତ୍ରରେ ପାଣି ରଖି ପିଇବା ବେଶ୍‌ ଲାଭଜନକ। ଅତ୍ୟଧିକ ପାଣି ପିଅନ୍ତୁ। ଏହାଦ୍ୱାରା ଡିହାଇଡ୍ରେସନ୍‌ ଏବଂ ଡାଇରିଆ ଭଳି ରୋଗରୁ ମୁକ୍ତି ମିଳିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ।
ସାବଧାନତା
ବର୍ଷାଦିନେ ସ୍ବାସ୍ଥ୍ୟ ପ୍ରତି ସାମାନ୍ୟ ଅବହେଳା ଅନେକ ସମସ୍ୟାକୁ ଡାକିଆଣେ। ତେଣୁ କିଛିଟା ସାବଧାନତା ଜରୁରୀ। ଜାଣନ୍ତୁ ସେ ସମ୍ପର୍କରେ…
– ଏହିଦିନେ ଖାଦ୍ୟ ପ୍ରସ୍ତୁତି ସମୟରେ ସଫାସୁତୁରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
– ଫଳଚୋପାରେ ଥିବା ବ୍ୟାକ୍ଟେରିଆ ଶରୀର ପାଇଁ କ୍ଷତିକାରକ। ତେଣୁ ଫଳ ଏବଂ ପନିପରିବାକୁ ଗରମପାଣିରେ କିଛି ସମୟ ପକାଇ ଭଲ ଭାବେ ଧୋଇବା ପରେ ଖାଆନ୍ତୁ।
– ଭୋକ ଲାଗୁ ନ ଥିଲେ ଆଦୌ ଖାଆନ୍ତୁ ନାହିଁ। ନଚେତ୍‌ ବଦହଜମି, ପେଟରେ ସଂକ୍ରମଣ ଏବଂ ଜଣ୍ଡିସ୍‌ ଆଦି ରୋଗ ହେବା ସମ୍ଭାବନା ଥାଏ।
– ବର୍ଷାଦିନେ ତାଜା ଥିବା ଫଳ ଖାଆନ୍ତୁ। ଫାଟିଯାଇଥିବା ଫଳକୁ ଖାଆନ୍ତୁ ନାହିଁ। କାରଣ ଏହା ବିଷାକ୍ତ ହେବା ସହ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଫଳର ଚୋପା ଛଡ଼ାଇ ଖାଆନ୍ତୁ।
– ତରଭୁଜ ଭଳି ଅଧିକ ଜଳୀୟ ଅଂଶ ଥିବା ଫଳ ସେବନ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ବ୍ୟାକ୍ଟେରିଆ ହେବାର ସମ୍ଭାବନା ରହିଛି।
– ଖୋଲା ସ୍ଥାନରେ କଟାହୋଇ ବିକ୍ରି ହେଉଥିବା ଫଳ ଓ ଏହାର ଜୁସ୍‌ ପିଅନ୍ତୁ ନାହିଁ। ଅଧିକ ସମୟ ରହିଯାଇଥିବା ଜୁସ୍‌ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଘରେ ତିଆରି ହୋଇଥିବା ଫ୍ରୁଟ୍‌ ଜୁସ୍‌ ପିଅନ୍ତୁ।
– ଏକାଥରେ ପେଟପୂରା ନ ଖାଇ ସମୟ ଅନ୍ତରାଳରେ ଫଳ କିମ୍ବା ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ଶରୀରରେ ପାଚନ କ୍ରିୟାରେ କୌଣସି ଅସୁବିଧା ହୋଇ ନ ଥାଏ।
– ବର୍ଷାଦିନେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
– ତାଜା ଏବଂ ଗରମ ଥିବା ଖାଦ୍ୟ ଖାଆନ୍ତୁ। ଯଦି ବଳକା ଖାଦ୍ୟ ରହୁଛି ତେବେ ଏହାକୁ ଏୟାର ଟାଇଟ୍‌ କଣ୍ଟେନରରେ ଫ୍ରିଜ୍‌ରେ ରଖନ୍ତୁ। ବାସିଖାଦ୍ୟ ଆଦୌ ଖାଆନ୍ତୁ ନାହିଁ।
– ଆଇସ୍‌କ୍ରିମ୍‌, ଦହି, କୁଲ୍‌ଫି ଆଦି ଖାଇଲେ ଭାଇରାଲ୍‌ ଫିବର ହେବା ସମ୍ଭାବନା ରହିଛି। ତେଣୁ ଏହା ବଦଳରେ ଭେଜିଟେବୁଲ୍‌ ସୁପ୍‌ ପିଅନ୍ତୁ। ଏଥିରେ ମହଜୁଦ ଥିବା ଭିଟାମିନ୍‌ ଏବଂ ମିନେରାଲ୍ସ ବର୍ଷାଦିନେ ଶରୀରରେ ଇମ୍ୟୁନ୍‌ ସିଷ୍ଟମକୁ ମଜଭୁତ ରଖିଥାଏ।
କ’ଣ ଖାଇବେ
– ହର୍ବାଲ ଟି, କଫି, ଭେଜିଟେବୁଲ୍‌ ସୁପ୍‌ ଭଳି ଗରମ ପାନୀୟର ସେବନ ଶରୀରକୁ ବ୍ୟାକ୍ଟେରିଆ ଏବଂ ଭାଇରସ୍‌ରୁ ବଞ୍ଚାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
– ଆପଣଙ୍କ ଖାଦ୍ୟରେ ଫ୍ରାଏଡ୍‌ ଫୁଡ୍‌ ବଦଳରେ ଗ୍ରୀଲ୍‌ଡ ଏବଂ ତନ୍ଦୁରି ଫୁଡ୍‌ର ମାତ୍ରା ଅଧିକ ରଖନ୍ତୁ।
– ବର୍ଷାଦିନେ ଶରୀରରେ ଡିହାଇଡ୍ରେସନ୍‌ ହେଲେ କୋଲ୍ଡଡ୍ରିଙ୍କ୍‌ସ ବଦଳରେ ପଇଡ଼ପାଣି ଏବଂ ଘରେ ପ୍ରସ୍ତୁତ ଫଳରସ ପିଇବା ଲାଭଦାୟକ। ଏହା ବ୍ଲଡ୍‌ ପ୍ଲେଟେଡ୍‌ ତିଆରି କରିଥାଏ ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।
– ଏହିଦିନେ ପାଚନ କ୍ରିୟାକୁ ଠିକ୍‌ ରଖିବା ପାଇଁ ଗରମକ୍ଷୀର ପିଇବା ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri