ବର୍ଷାଦିନେ ମହିଳାଙ୍କ ଟେନଶନ୍‌, କ’ଣ ପିନ୍ଧିବେ

ବର୍ଷାଦିନେ ମହିଳାଙ୍କ ଟେନଶନ୍‌ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍‌ କରିବା ସହିତ
ଫ୍ୟାଶନ୍‌ ସହିତ ଯୋଡ଼ି ରଖେ। ଏଥିପାଇଁ ଆଜି ଆପଣଙ୍କ
ଲାଗି ଫ୍ୟାଶନ୍‌ ଟିପ୍ସ ଦେଉଛୁ ଯାହାର ସାହାଯ୍ୟ
ନେଇ ନିଜକୁ ଷ୍ଟାଇଲିଶ୍‌ କରିପାରିବେ…

ବର୍ଷାଦିନରେ ଧଳାରଙ୍ଗର ଡ୍ରେସ ପିନ୍ଧିବାକୁ ଆଭୋଏଡ୍‌ କରନ୍ତୁ। ଏହା ବଦଳରେ ପେଷ୍ଟାଲ ଶେଡ୍‌କୁ ନିଜ ଆଉଟ୍‌ଫିଟ୍‌ରେ ସାମିଲ କରନ୍ତୁ। ଧଳା ରଙ୍ଗର ଡ୍ରେସ୍‌ରେ ବିଭିନ୍ନ ଦାଗ ଲାଗିବାର ଆଶଙ୍କା ରହିଛି ଓ ଏହି ଦାଗ ଛଡ଼ାଇବାକୁ ହେଲେ କେତେପ୍ରକାର ଉପାୟ ଆପଣାଇବାକୁ ପଡ଼ିଥାଏ।
ମନସୁନ୍‌ରେ ଏପରି ଫୁଟ୍‌ଓ୍ବେର ଚୟନ କରନ୍ତୁ, ଯାହା ଓଦା ହେଲେ ତୁରନ୍ତ ଶୁଖିଯିବ। ଭଲ ଗ୍ରିପ୍‌ ଥିବା ସହ ସାମ୍ନା ଖୋଲା ଥିଲେ ଭଲ। ମନସୁନ୍‌ରେ ବେଲି କିମ୍ବା ଶୁଜ୍‌ ପିନ୍ଧିବା ଦ୍ୱାରା ଭିତରେ ପଶିଥିବା ପାଣିରେ ସହଜରେ ବାହାରି ନ ଥାଏ। ଯାହା ଫଳରେ ପାଦ ଆଙ୍ଗୁଳିରେ ଇନ୍‌ଫେକ୍‌ଶନ୍‌ ହେବାର ଆଶଙ୍କା ରହିଛି। ଏହା ସହ ଆପଣଙ୍କ ପାଦରୁ ଦୁର୍ଗନ୍ଧ ଆସୁଥାଏ ତେବେ ଭୁଲ୍‌ରେ ବି ଆପଣ ଏପରି ଜୋତା ପିନ୍ଧନ୍ତୁ ନାହିଁ। ଲେଦର ସୁଜ୍‌ ପିନ୍ଧନ୍ତୁ ନାହିଁ।
ଏହି ଋତୁରେ କପଡ଼ା ଚୟନ କରିବା ସମୟରେ ଖାସ୍‌ ଧ୍ୟାନ ରଖନ୍ତୁ। କର୍ଟନ, ନାଇଲନ୍‌, ଶିଫନ୍‌ ଆଉଟ୍‌ଫିଟ୍‌ ମନସୁନ୍‌ ହିସାବରେ ଠିକ୍‌ ନୁହେଁ। ଏହି ସ୍ଥାନରେ ଲାଇକ୍ରା, ମଲ୍‌, ପଲିଷ୍ଟର ଫାବ୍ରିକ୍‌ ଥିବା ଆଉଟ୍‌ଫିଟ୍‌ ଭଲ ରହିବ। ଯାହା ବର୍ଷାଦିନରେ ଭିଜିଲେ ମଧ୍ୟ ଏହା ସହଜରେ ଶୁଖିଯାଏ।
ଟ୍ରାଉଜର ହେଉ କି ଜିନ୍ସ କି ମ୍ୟାକ୍ସି ଡ୍ରେସ୍‌ ଧ୍ୟାନ ରଖନ୍ତୁ ଏହାର ଲମ୍ବା ଅଧିକ ନ ହେଉ। ବର୍ଷାଦିନେ ଶର୍ଟ ହେମଲାଇନ୍‌ ଥିବା ଆଉଟ୍‌ଫିଟ୍‌ ଚୟନ କରନ୍ତୁ। କ୍ୟୁଲଟ୍ସ, କ୍ୟାପ୍ରି, ଆଙ୍କଲ ଲେନ୍ଥ ପ୍ୟାଣ୍ଟ ଋତୁ ହିସାବରେ କମ୍ଫର୍ଟ ସହ ମଧ୍ୟ ଷ୍ଟାଇଲିଶ୍‌ ହୋଇଥାଏ।
ପେଷ୍ଟାଲ୍‌ ସହିତ ବ୍ରାଇଟ୍‌ କଲରର କଲେକ୍‌ଶନ୍‌ ମନସୁନ୍‌ ପାଇଁ ପରଫେକ୍ଟ ଚଏସ୍‌। ଯାହାଦ୍ୱାରା ବର୍ଷାଦିନରେ ଭିଜିବା ଦ୍ୱାରା ଅନ୍‌୍‌କର୍ମ୍ଫଟେବଲ୍‌ ଲାଗି ଥାଏ।