Categories: ଫୁରସତ

ମନ୍ଦିର ସମ୍ମୁଖରେ ରହିଛି ମଶାଲ ଧରିଥିବା ମୂଷା…

ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ନୂଆବର୍ଷ ପାଳିତ ହୋଇଥାଏ। ଚଳିତ ୨୦୨୦ ବର୍ଷ ପାଳନ ପାଇଁ ଜାପାନରେ ଏକ ମନ୍ଦିର ସମ୍ମୁଖରେ ହାତରେ ମଶାଲ ଧରିଥିବା ମୂଷାର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଜାପାନରେ ଲୋକଙ୍କ ବିଶ୍ୱାସ ମୂଷା ହେଉଛି ୨୦୨୦ ବର୍ଷ ପାଇଁ ରାଶି ଚିହ୍ନ। ପଶ୍ଚିମ ଜାପାନର ମିସାଟୋ ସହରରେ ନିର୍ମିତ ହୋଇଥିବା ଏହି ମୂଷା ପ୍ରତିମୂର୍ତ୍ତିର ଉଚ୍ଚତା ୩ ମିଟର। ଏହାର ନିର୍ମାଣ ପାଇଁ ଏକ ମାସ ଲାଗିଛି। ଏହାକୁ ତତ୍‌ସୁମିଜୁ ଶ୍ରାଇନ୍‌ ବାହାରେ ନିର୍ର୍ମିତ ହୋଇଛି। ଏହାକୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ଏଠାରେ ରଖାଯିବ ବୋଲି ତତ୍‌ସୁମିଜୁ ଶ୍ରାଇନ୍‌ ପକ୍ଷରୁ କିମିୟୋ ମସୁଇ ସୂଚନା ଦେଇଛନ୍ତି।

Share