ମନ୍ଦିର ଗାତ୍ରରେ ଆଧ୍ୟାତ୍ମିକ ଚେତନାର ଛବି

ଭଦ୍ରକ ଅଫିସ, ୨୫।୧୧(ଡି.ଏନ.ଏ.)- ଲୌକିକ ପରମ୍ପରା ଓ ବିଶ୍ୱାସକୁ ନେଇ ଭଦ୍ରକ ସହରରେ ଗଢ଼ି ଉଠିଛି ବାବା ଲୋକନାଥଙ୍କ ମନ୍ଦିର। ସହର ମଧ୍ୟଭାଗସ୍ଥିତ ଓଟି ମାର୍କେଟ୍‌ଠାରେ ଥିବା ଏହି ଭବ୍ୟ ମନ୍ଦିର ୧୯୪୨ରେ ପ୍ରତିଷ୍ଠିତ ହୋଇଥିବା କୁହାଯାଏ। ହେଲେ ଲୋକନାଥ ବାବାଙ୍କ ଲୌକିକ ପରମ୍ପରାରେ ପୂଜାର୍ଚ୍ଚନା, ଜନଶ୍ରୁତି ଓ ଲୋକ ବିଶ୍ୱାସ ଏହି ଶୈବପୀଠର ଭିନ୍ନ ବିଶେଷତ୍ୱ ବହନ କରିଛି। ମନ୍ଦିରର ନିର୍ମାଣଶୈଳୀ ଓ କାରୁକାର୍ଯ୍ୟ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଭାବେ ଉଭା ହୋଇଛି। ଦୈନିକ ପୂଜାନୀତି ସାଙ୍ଗକୁ ମଧ୍ୟାହ୍ନରେ ମିଳୁଥିବା ଅନ୍ନପ୍ରସାଦ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତି ସନ୍ଧ୍ୟାରେ ଭାଗବତ ଚର୍ଚ୍ଚା ଓ ଭଜନ କୀର୍ତ୍ତନ ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ଦେଇଆସୁଛି।
ବିଭିନ୍ନ ପର୍ବପର୍ବାଣି ବ୍ୟତୀତ ଖାଲିଦିନରେ ମଧ୍ୟ ଏଠି ଭକ୍ତଙ୍କ ଭିଡ଼ ଜମେ। ଏହାର ସିଂହଦ୍ୱାର ଏକ ଭିନ୍ନ ଆକର୍ଷଣ। ଏଣୁ ସବୁ ଶିବ ମନ୍ଦିରଠାରୁ ଏହା ନିଆରା ଲାଗେ। ସିଂହଦ୍ୱାରରେ ଜଣେ ମଣିଷ ତଳେ ପଡ଼ିଥିବାବେଳେ ତାଙ୍କ ଉପରେ ଏକ ହାତୀ ରହିଥିବା ଓ ହାତୀ ଉପରେ ଏକ ସିଂହର କଳାକୃତି ଦେଖିବାକୁ ମିଳେ। ଗର୍ବ ଓ ଅହଙ୍କାର ପରିତ୍ୟାଗ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଲାଗି ଏହି କଳାକୃତି ସତେ ଯେମିତି ବାର୍ତ୍ତା ଦେଇଥାଏ। ଏହାବାଦ୍‌ ମନ୍ଦିର ପରିସରରେ ୮ ପ୍ରକାରର ଗଣେଶ ପୂଜା ପାଆନ୍ତି, ଯାହାକି ବାସ୍ତୁବିଦ୍ୟାର ପ୍ରତୀକ। ସେହିପରି ବୃଷଭଙ୍କ ସହ ମା’ ପାର୍ବତୀ, ଗଣେଶ, ନାରାୟଣ ଶାଳଗ୍ରାମ, କୃଷ୍ଣମୂର୍ତ୍ତି, ରାମମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, କାର୍ତ୍ତିକଙ୍କ ସମେତ ନବଗ୍ରହ ମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିରର କାରୁକାର୍ଯ୍ୟ ମଧ୍ୟରେ ଚତୁର୍ବେଦର ଗୁରୁଙ୍କ ମୂର୍ତ୍ତି ସାଙ୍ଗକୁ ଦଶ ଅବତାର ଓ ବିଭିନ୍ନ ରାଜରାଜୁଡ଼ାଙ୍କ ମୂର୍ତ୍ତି ରହିଛି।
୧୨ ମାସରେ ୨୪ ପର୍ବ ପାଳନ ଏହି ମନ୍ଦିରର ଅନ୍ୟତମ ଆକର୍ଷଣ। ସରସ୍ବତୀ ପୂଜାଠାରୁ ଆରମ୍ଭ କରି ଅଗିରା ପୂର୍ଣ୍ଣିମା, ଜାଗର, ଦୋଳପୂର୍ଣ୍ଣିମା, ଶ୍ରୀରାମ ନବମୀ, ପଣା ସଂକ୍ରାନ୍ତି, ସାବିତ୍ରୀ ବ୍ରତ, ଶୀତଳଷଷ୍ଠୀ, ଶ୍ରାବଣ ମାସରେ କାଉଡ଼ିଆ, ଧନୁସଂକ୍ରାନ୍ତି, ରାଖୀପୂର୍ଣ୍ଣିମା, ଝୁଲଣଯାତ୍ରା, ବିଶ୍ୱକର୍ମା ପୂଜା, ଗଣେଶ ପୂଜା, ମହାଷ୍ଟମୀ ଓ ଦୁର୍ଗାପୂଜା, କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଓ ପୂର୍ଣ୍ଣିମା, ଭାଗବତ ସପ୍ତାହ ସ୍ବତନ୍ତ୍ର ଭାବେ ପାଳନ କରାଯାଇଥାଏ। ପୂର୍ବରୁ ପ୍ରହ୍ଲାଦ ପାଣି ଓରଫ୍‌ ବାବାଜୀ ନନା ମୁଖ୍ୟ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଦେହାନ୍ତ ହେବା ପରେ ପୁଅ ବିଜୟ ପାଣି, ଅଜୟ ପାଣି ଓ ସଞ୍ଜୟ ପାଣି ପୂଜାନୀତି କାର୍ଯ୍ୟ ସମ୍ଭାଳୁଛନ୍ତି। ଗତ କାର୍ତ୍ତିକ ମାସରେ ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦ ତରଫରୁ ଭାଗବତ ସପ୍ତାହ ଓ ଶ୍ରୀରାମ ନବମୀ ପାରାୟଣ ଆଦି ସ୍ବତନ୍ତ୍ର କାର୍ଯ୍ୟକ୍ରମ ମନ୍ଦିର ପରିସରକୁ ଉତ୍ସବମୁଖର ରଖିଥିଲା। ବାବା ଲୋକନାଥଙ୍କ ବଡ଼ସିଂହାର ବେଶ ଦର୍ଶନ କଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ଏହି ବେଶରେ ବାବାଙ୍କୁ ବିଭିନ୍ନ ରତ୍ନ ଅଳଙ୍କାରରେ ସଜ୍ଜିତ କରାଯାଇଥାଏ। ଏହି ପୀଠରେ କୌଣସି ସାମଗ୍ରୀ ହଜିଲେ ଅଳ୍ପ ସମୟ ମଧ୍ୟରେ ମିଳିଯାଏ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri