ମନ୍ଦିରର ଦାନ ଅର୍ଥରେ ସରକାରୀ ହସ୍ପିଟାଲର ରୋଗୀଙ୍କୁ ଦିଆଯାଏ ୨ ବେଳା ଖାଦ୍ୟ

ମନ୍ଦିର କହିଲେ ବୁଝାଏ ଦାନ ଦକ୍ଷିଣା, ପୂଜାପାଠ ଆଦିକୁ। ହେଲେ ମହାରାଷ୍ଟ୍ର ପୁଣେର ଦଗଡୁ ସେଠ ହଲଓ୍ବାଇ ଗଣେଶ ମନ୍ଦିର ସବୁଠାରୁ ନିଆରା। କାରଣ ଭକ୍ତଙ୍କ ଦ୍ୱାରା ଏଠାରେ ଦିଆଯାଉଥିବା ଦାନ ଅର୍ଥ ଲୋକଙ୍କ ସେବାରେ ଲାଗିଥାଏ। ଏହା ଦେଶର ଏମିତି ଏକମାତ୍ର ମନ୍ଦିର ବୋଲି କୁହାଯାଏ। ଦଗଡୁ ସେଠ ହଲଓ୍ବାଇ ନାମକ ଜଣେ ବ୍ୟକ୍ତି ପ୍ରାୟ ଶହେ ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ କରିଥିଲେ। ଏବେ ବର୍ଷକୁ ପ୍ରାୟ ୧୫ କୋଟି ଟଙ୍କା ଦାନ ଅର୍ଥକୁ ସରକାରୀ ହସ୍ପିଟାଲରେ ଥିବା ରୋଗୀଙ୍କ ପାଇଁ ଖର୍ଚ୍ଚ କରାଯାଉଥିବା କୁହନ୍ତି ମନ୍ଦିର ପରିଚାଳକ। ଏଠାରେ ଥିବା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମନ୍ଦିର ପକ୍ଷରୁ ଦିନକୁ ଦୁଇ ବେଳା ଖାଦ୍ୟ ଯୋଗାଇ ଦିଆଯାଇଥାଏ। ସେହିଭଳି ଗର୍ଭବତୀଙ୍କୁ ଅଲଗା ଲଡୁ ମଧ୍ୟ ଦିଆଯାଏ। ୨୦୧୬ରେ ଗର୍ଭବତୀଙ୍କ ପାଇଁ ଥିବା ୫ଟି ଓ୍ବାର୍ଡର ମରାମତି କରାଯିବା ସହ ୭୦ ଶିଶୁଙ୍କ ପାଇଁ ଏନ୍‌ଆଇସିୟୁ ଓ ଆଇସିୟୁ ମଧ୍ୟ ମନ୍ଦିର ଦ୍ୱାରା ନିର୍ମାଣ କରାଯାଇଛି।

Share