Posted inଜାତୀୟ

ମନ୍ଦିରରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌; ଛୋଟ ଡ୍ରେସ୍‌ ପିନ୍ଧି ମନ୍ଦିର ପ୍ରବେଶ ମନା

ନୂଆଦିଲ୍ଲୀ,୨୮।୬:ଭାରତର ଅନେକ ମନ୍ଦିରରେ ଡ୍ରେସ କୋଡ୍‌ ନିୟମ ଲାଗୁ ହୋଇଛି। ଏଥିରେ ମନ୍ଦିରକୁ ଛୋଟ ଡ୍ରେସ୍‌ ପିନ୍ଧି ଯିବାକୁ ନିଷେଧାଦେଶ ଜାରି କରାଯାଇଛି। ଋଷିକେଶ ମନ୍ଦିରରେ ଏହି ନିୟମ ଲାଗୁ ହେବା ପରେ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଏହି ନିୟମ ବଦ୍ରୀନାଥ ଏବଂ କେଦାରନାଥ ମନ୍ଦିରରେ ଲାଗୁ କରାଯିବାକୁ ଦାବି କରାଯାଉଛି।
କମିଟିର ଅଧ୍ୟକ୍ଷ ମହାନୀରଭାନୀ ଅଖରା ଏନେଇ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମନ୍ଦିରରେ ଦର୍ଶନ ସମୟରେ ଶରୀରର ୮୦ ପ୍ରତିଶତ ଆଚ୍ଛାଦନ କରାଯିବା ଉଚିତ। ଭକ୍ତମାନେ ସମ୍ମାନରେ ଭଗବାନଙ୍କୁ ଦେଖା କରିବା ଉଚିତ୍‌।

ତେବେ ଏଠାରେ କହି ରଖୁଛୁ କି, ଅନେକ ମନ୍ଦିରରେ ଏନେଇ ମନ୍ଦିର ବାହାରେ ବୋର୍ଡ ଲଗାଯାଇଛି ଯେ ଲୋକମାନେ ଛୋଟ ଡ୍ରେସ୍‌ ପିନ୍ଧି ମନ୍ଦିରକୁ ଆସିବା ନିଷେଧ। ଉତ୍ତରାଖଣ୍ଡର ମନ୍ଦିରରେ ଡ୍ରେସ କୋଡ ସମ୍ବନ୍ଧୀୟ ପ୍ରସଙ୍ଗ ଉଷ୍ମ ହେବାରେ ଲାଗିଛି। ଉତ୍ତରାଖଣ୍ଡରେ ଥିବା ସମସ୍ତ ମନ୍ଦିର ଭକ୍ତଙ୍କ ପାଇଁ ଡ୍ରେସ କୋଡ ଲାଗୁ କରିଛନ୍ତି।

ସେହିପରି ଉତ୍ତର ପ୍ରଦେଶର ରାଧାରାଣୀ ମନ୍ଦିରରେ ମଧ୍ୟ ଛୋଟ ଡ୍ରେସ ପିନ୍ଧି ଆସିବାକୁ ବାରଣ କରାଯାଇଛି। ଛୋଟ ଡ୍ରେସ୍‌ ପିନ୍ଧିଥିଲେ ମନ୍ଦିର ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ମନ୍ଦିର କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ସେହିପରି ନାଇଟ ଶୁଟ ଓ ଫଟା ଜିନ ପିନ୍ଧି ମଧ୍ୟ ମନ୍ଦିର ଭିତରେ ପ୍ରବେଶ କରିବାକୁ ମନା କରାଯାଇଛି। ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ କରାଯାଇଛି। ଜୁନ ୨୧ ତାରିଖରେ ଉତ୍ତରପ୍ରଦେସର ବିରୁଆ ବାଡ଼ି ମନ୍ଦିରରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି। ନିକଟରେ ଶିମଲାର ଏକ ଜୈନ ମନ୍ଦିରରେ ମଧ୍ୟ ଏଭଳି କଟକଣା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ତିହାର ଜେଲକୁ ଫେରିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଦେଶକୁ ଶନିବାର ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ...

ଭାଜପାକୁ ଅଧିକ ଆସନ

ଭୁବନେଶ୍ୱର,୨ା୬(ଅନିଲ ଦାସ)ସାଧାରଣ ନିର୍ବାଚନ-୨୦୨୪ର ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ...

ଏକ୍‌ଜିଟ୍‌ ପୋଲ୍‌ରେ ଏନ୍‌ଡିଏର ଦବ୍‌ଦବା

ନୂଆଦିଲ୍ଲୀ,୨ା୬: ଏକ୍‌ଜିଟ୍‌ ପୋଲ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୩୬୦ରୁ ଅଧିକ ଲୋକ ସଭା ଆସନ...

Arunachal Pradesh Election Result: ବଡ ବିଜୟ ଅଭିମୁଖେ ଭାଜପା, ୩୧ ସିଟ୍‌ରେ ଆଗୁଆ

ଅରୁଣାଚଳ ପ୍ରଦେଶ,୨।୬: ଅରୁଣାଚଳ ପ୍ରଦେଶରେ ଜାରି ରହିଛି କାଉଣ୍ଟିଂ। ରବିବାର ଅରୁଣାଚଳ ପ୍ରଦେଶ ଓ ସିକିମର ରେଜଲ୍ଟ ବାହାରିବାକୁ ଯାଉଛି। ଏ ଦୁଇ ରାଜ୍ୟରେ ଆଜି...

ଏକ୍‌ଜିଟ ପୋଲ୍‌ କେତେ ଠିକ୍‌? ଫଳାଫଳକୁ ଦେଖିଲେ…

ନୂଆଦିଲ୍ଲୀ,୨ା୬: ୨୦୨୪ ଲୋକ ସଭା ନିର୍ବାଚନ ଶନିବାର ଶେଷ ହେବା ପରେ ସନ୍ଧ୍ୟାରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବହୁପ୍ରତୀକ୍ଷିତ ଏକ୍‌ଜିଟ ପୋଲ୍‌ ବା ବୁ୍‌ଥ୍‌ଫେରନ୍ତା ଜନମତ...

Sikkim Election Result: ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ମିଳିଲା ବହୁମତ, ଖାତା ଖୋଲି ପାରିଲାନି କଂଗ୍ରେସ

ସିକିମ୍‌,୨।୬: ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଶନିବାର ନିର୍ବାଚନ ସରିବା ପରେ ରବିବାର ସିକିମ ଓ ଅରୁଣାଚଳ ପ୍ରଦେଶର ଫଳାଫଳ ଆସିବାକୁ ଯାଉଛି।...

ଇଣ୍ଡିଆ ଟୁଡେର ବଡ଼ ସର୍ଭେ, ଓଡ଼ିଶାରେ କିଏ ମାରିବ ବାଜି?

ନୂଆଦିଲ୍ଲୀ,୧।୬: ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ...

ଓଡ଼ିଶାରେ ଇଣ୍ଡିଆ ମେଣ୍ଟର ସିଟ୍‌ ହୋଇଗଲା ଡବଲ, ବିଜେଡିକୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୬: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ସରିଛି। ଭୋଟ ଶେଷ ହେବା ମାତ୍ରେ ଏକଜିଟ ପୋଲ ତଥ୍ୟ ପ୍ରକାଶ ପାଇଛି। ପ୍ରକୃତ ଫଳାଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri