ମନ୍ଦିରକୁ ଧକ୍କା ଦେଲା କାର୍‌, ଦମ୍ପତି ଆହତ

ମନମୁଣ୍ଡା, ୨୭।୨ (ଡି.ଏନ.ଏ)
ବୌଦ୍ଧ ଜିଲା ମନମୁଣ୍ଡାର ମେଟାକାନୀ ମନ୍ଦିରରେ ଗୁରୁବାର ଏକ କାର୍‌ ଧକ୍କା ଦେବାରୁ ମନ୍ଦିର ସମ୍ମୁଖ ଭାଗ ଭାଙ୍ଗି ଯାଇଛି । ସେହିପରି ସମ୍ପୃକ୍ତ କାର୍‌ ମଧ୍ୟ ଚୂରମାର ହୋଇଯାଇଛି ।
ଅପରାହ୍ନ ପ୍ରାୟ ସାଢ଼େ ୨ଟା ସମୟରେ ମନମୁଣ୍ଡା ଥାନା ପତ୍ରାପାଲି ଗ୍ରାମର ଗଜେନ୍ଦ୍ର ମହାପାତ୍ର ଓ ତାଙ୍କ ସ୍ତ୍ରୀ ଏକ କାର (ନଂ.ଓଡି୩୧ଡି/୮୭୨୦) ଯୋଗେ ଖଟଖଟିଆ ପଟରୁ ମନମୁଣ୍ଡା ଆଡକୁ ଆସୁଥିବା ବେଳେ ମେଟାକାନୀ ମନ୍ଦିରରେ ଭାରସାମ୍ୟ ହରାଇ ଧକ୍କା କରିଥିଲେ । ଏହି ଦୁର୍ଘଟଣାରେ ଉକ୍ତ ଦମ୍ପତି ଆହତ ହୋଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କାର ଧକ୍କାରେ ମନ୍ଦିର ସମ୍ମୁଖ ଭାଗ ଭାଙ୍ଗି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।