ମନ୍ଥନ ପାଇଁ…

ବଲିଉଡ୍‌ର ଅନ୍ୟତମ ନାମୀ ନିର୍ଦ୍ଦେଶକ ଶ୍ୟାମ ବେନେଗଲ। ତାଙ୍କ ନିର୍ଦ୍ଦେଶିତ ପ୍ରତିଟି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଥାଏ। ୧୯୭୬ରେ ସେ ନିର୍ମାଣ କରିଥିଲେ କଳାତ୍ମକ ଚଳଚ୍ଚିତ୍ର ‘ମନ୍ଥନ’। ହେଲେ ଏଥିପାଇଁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କୁ ଗୁଜରାଟର ଚାଷୀମାନେ ସହଯୋଗର ହାତ ବଢ଼ାଇଥିଲେ। ପାଖାପାଖି ୫୦୦୦ ଚାଷୀ ଏକତ୍ର ହୋଇ ଏହି ଫିଲ୍ମ ପାଇଁ କିଛି କିଛି ଅର୍ଥ ଦାନ ସ୍ବରୂପ ଦେଇଥିଲେ, ଯାହା ବଲିଉଡ୍‌ରେ ଏକ ରେକର୍ଡ ହୋଇ ରହିଛି। କେବଳ ସେତିକି ନୁହେଁ, ସେମାନଙ୍କ ନାମକୁ ଫିଲ୍ମର ଟେକ୍ନିକାଲ ପ୍ରଯୋଜକ ଭାବରେ ସ୍ଥାନୀତ କରାଯାଇଥିଲା।

Share