Categories: ଜାତୀୟ

ମନ୍ତ୍ରୀ ଯାଉଥିବା ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀର ଏକ ଇଣ୍ଡିଗୋ ବିମାନରେ ନିଆଁ ଲାଗିଯିବାରୁ ଗୋଆରେ ଏହା ଜରୁରିକାଳୀନ ଅବତରଣ କରିଛି। ଏହି ବିମାନରେ ଗୋଆର ପରିବେଶ ମନ୍ତ୍ରୀ ନିଲେଶ କାବରାଲ ଯାତ୍ରା କରୁଥିଲେ। ଏହା ସହ କୃଷି ବିଭାଗର ବିଭିନ୍ନ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ମୋଟ ୧୧୪ ଜଣ ଯାତ୍ରୀ ବିମାନରେ ଯାଉଥିଲେ। ରବିବାର ବିଳମ୍ବିତ ରାତିରେ ବିମାନ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବିମାନକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ନୂଆଦିଲ୍ଲୀ ପଠାଯାଇଥିଲା।

Share