Categories: ଜାତୀୟ

ମନ୍ତ୍ରୀଙ୍କ ଜୋତା ଫିତା ବାନ୍ଧିଲେ ପିଏସ୍‌ଓ

ଶିମ୍‌ଲା,୩୦।୯: ହିମାଚଳ ପ୍ରଦେଶର ଶିମ୍‌ଲାଠାରେ ଆୟୋଜିତ ଗୁରୁ ପର୍ବ ଅବସରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ଜୋତାର ଫିତା ବାନ୍ଧିଛନ୍ତି ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସ୍‌ଓ)। ଗୁରୁ ନାନକ ଦେବ ଜୀଙ୍କ ପ୍ରକାତ୍ସୋବରେ ହିମାଚଳ ପ୍ରଦେଶ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ରାଜ୍ୟର ଶିକ୍ଷମନ୍ତ୍ରୀ ସୁରେଶ ଭରଦ୍ୱାଜ ଯୋଗ ଦେଇଥିଲେ। କୀର୍ତ୍ତନରେ ସାମିଲ ହେବା ପାଇଁ ଜୋତା ଓହ୍ଲାଇ ପେଣ୍ଡାଲ ଉପରକୁ ଯିବାକୁ ପଡୁଥିଲା। ଏହି ସମୟରେ ଶିକ୍ଷାମନ୍ତ୍ରୀ ଜୋତାର ଫିତା ଖୋଲି ନ ପାରିବାରୁ ତାଙ୍କ ପିଏସ୍‌ଓ ଖୋଲିଦେଇଥିଲେ। ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଯାଇଥିଲା। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share