ମନୋଜ ଛାବ୍ରାଙ୍କୁ ସ୍ପେଶାଲ ଜେଲ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ୧୯୮୮ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ମନୋଜ ଛାବ୍ରାଙ୍କୁ ସ୍ପେଶାଲ ଜେଲ୍‌ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜ ବର୍ତ୍ତମାନ ଓଏସ୍‌ଏପିର ସ୍ବତନ୍ତ୍ର ଡିଜି ଅଛନ୍ତି। ଗତ ୨୦ ତାରିଖ ରାତିରେ ରାଜ୍ୟ ସରକାର ହଠାତ୍‌ ବିଜୟ କୁମାର ଶର୍ମାଙ୍କୁ ପୋଲିସ ଡିଜି ପଦରୁ ହଟାଇ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟଙ୍କୁ ଅବସ୍ଥାପିତ କରିଛନ୍ତି। ଅଭୟ ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀରେ ଥିବାରୁ ସତ୍ୟଜିତ ମହାନ୍ତିଙ୍କୁ ଅନ୍ତରୀଣ ଡିଜିପି ଦାୟିତ୍ୱ ଦିଆଯାଇଛି।